ଦେଶ ବିଦେଶମୁଖ୍ୟ ଖବରରାଜନୀତି

ଡିମ୍ପଲ ଯାଦବଙ୍କୁ ସମର୍ଥନ କରି ନିର୍ବାଚନ ପ୍ରଚାର କଲେ ମୁଲାୟମ ସିଂହ ଯାଦବଙ୍କର ସ୍କୁଲ ଶିକ୍ଷକ

ଲକ୍ଷ୍ନୌ: ସମାଜବାଦୀ ପାର୍ଟି (ଏସପି)ର ପ୍ରତିଷ୍ଠାତା ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ମୁଲାୟମ ସିଂହ ଯାଦବଙ୍କର ସ୍କୁଲ ଶିକ୍ଷକ ଉଦୟ ପ୍ରତାପ ସିଂ ନିର୍ବାଚନ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି। ମୁଲାୟମ ସିଂହ ବୋହୂ ତଥା ଏସପି ପ୍ରାର୍ଥୀ ଡିମ୍ପଲ ଯାଦବଙ୍କୁ ସମର୍ଥନ କରି ଉଦୟ ପ୍ରତାପ ସିଂ ନିର୍ବାଚନ ପ୍ରଚାର କରୁଛନ୍ତି। ସେହିପରି ମୁଲାୟମ ସିଂହଙ୍କ ରାଜନୈତିକ ଗୁରୁ ଭାବରେ ପରିତଚିତ ନାଥୁ ସିଂଙ୍କ ପରିବାର ସଦସ୍ୟ ମଧ୍ୟ ଡିମ୍ପଲଙ୍କ ପାଇଁ ଭୋଟ ପ୍ରଚାର କରୁଛନ୍ତି। ମୁଲାୟମ ସିଂହ ଯାଦବ ତାଙ୍କର ମୈନପୁର  ନିର୍ବାଚନମଣ୍ଡଳୀରେ ୫ ଥର ବିଜୟୀ ହୋଛନ୍ତି। ଏବେ ଏହି ଆସନରୁ ଲଢ଼ୁଥିବା ତାଙ୍କ ବହୂ ଡିମ୍ପଲ ଯାଦବ ମଧ୍ୟ ବିଜୟୀ ଲାଭ କରିବେ ବୋଲି ଉଦୟ ପ୍ରତାପ ସିଂ ଅଶା ରଖିଛନ୍ତି। ମୁଲାୟମ ସିଂହ ଯାଦବଙ୍କ ମୃତ୍ୟୁ ପରେ ଏହି ଆସନରୁ ଉପନିର୍ବାଚନ ହେଉଛି। ଏହି ଆସନରୁ ଏସପି ଟିକେଟରୁ ମୁଲାୟମ ସିଂହ ଯାଦବଙ୍କ ବୋହୂ ତଥା ଅଖିଲେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଯାଦବ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।  ବିପକ୍ଷରେ ବିଜେପିର ରଘୁରାଜ ସିଂ ଶାକା ପ୍ରାର୍ଥୀ ଅଛନ୍ତି।

ଆସନ୍ତା ୫ତାରିଖରେ ଏଠାରେ ନିର୍ବାଚନ ହେବ।  ୧୯୮୯ ଏବଂ ୧୧୯୧ରେ ଦୁଇଥର ମୈନପୁର ଆସନରୁ ସାଂସଦ ଭାବରେ ନିର୍ବାଚିତ ହୋଇଥିବା ୯୧  ବର୍ଷୀୟ ଉଦୟ ପ୍ରତାପ କହିଛନ୍ତି ଯେ, ଏଠାରେ ଡିମ୍ପଲଙ୍କ ପ୍ରତି ବିପୁଳ ସମର୍ଥନ ରହିଛି। ସେ କହିଛନ୍ତି ଯେ, ଦଇ ଦିନ ଧରି ମୁଁ ମଧ୍ୟ ଏହି ନିର୍ବାଚନମଣ୍ଡଳୀରେ ତାଙ୍କ ପାଇଁ ପ୍ରଚାର କରିଥିଲି।  ଯଦି ଏଠାରେ ଅବାଧ ଏବଂ ନିରପେକ୍ଷ ମତଦାନ ହୁଏ, ତେବେ ଡିମ୍ପଲଙ୍କ ବିଜୟ ସୁନିଶ୍ଚିତ ବୋଲି କହିଛନ୍ତି। ଉଦୟ ପ୍ରତାପ କରହଲର ଜୈନ୍ ଇଣ୍ଟର କଲେଜରେ ମୁଲାୟମ ସିଂ ଯାଦବଙ୍କୁ ଶିକ୍ଷା ଦେଇଥିଲେ।

 

Show More

Related Articles

Back to top button