Breaking PLUSଦେଶ ବିଦେଶବାଣିଜ୍ୟମୁଖ୍ୟ ଖବର

କ୍ରମାଗତ 13 ବର୍ଷ ଧରି ଭାରତର ଏକ ନମ୍ୱର ଧନୀ ହେଲେ ମୁକେଶ ଅମ୍ୱାନୀ

କରୋନା ସମୟରେ ଦେଶର ଆର୍ଥିକ ଅବସ୍ଥା ବିପର୍ଯ୍ୟସ୍ତ ହୋଇଥାଇପାରେ କିନ୍ତୁ ଦେଶର ବିଶିଷ୍ଠ ବିତ୍ତପତିଙ୍କ ସମ୍ପତ୍ତି ଉପରେ କୌଣସି ପ୍ରଭାବ ପକାଇନାହିଁ। ଆମେରିକୀୟ ପତ୍ରିକା ଫୋର୍ବସ୍ ଅନୁଯାୟୀ ଦେଶର ଶ୍ରେଷ୍ଠ 4 ଜଣ ବିଲିୟନେୟାରଙ୍କ ସମ୍ପତ୍ତିରେ ବୃଦ୍ଧି ପାଇଛି। ଫୋର୍ବସର ସର୍ବଶେଷ ତାଲିକାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ କ୍ରମାଗତ ତେର ବର୍ଷ ହେଲା ଶୀର୍ଷରେ ଅଛନ୍ତି

କରୋନା ସମୟରେ ଦେଶର ଆର୍ଥିକ ଅବସ୍ଥା ବିପର୍ଯ୍ୟସ୍ତ ହୋଇଥାଇପାରେ କିନ୍ତୁ ଦେଶର ବିଶିଷ୍ଠ ବିତ୍ତପତିଙ୍କ ସମ୍ପତ୍ତି ଉପରେ କୌଣସି ପ୍ରଭାବ ପକାଇନାହିଁ। ଆମେରିକୀୟ ପତ୍ରିକା ଫୋର୍ବସ୍ ଅନୁଯାୟୀ ଦେଶର ଶ୍ରେଷ୍ଠ 4 ଜଣ ବିଲିୟନେୟାରଙ୍କ ସମ୍ପତ୍ତିରେ ବୃଦ୍ଧି ପାଇଛି। ଫୋର୍ବସର ସର୍ବଶେଷ ତାଲିକାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ କ୍ରମାଗତ ତେର ବର୍ଷ ହେଲା ଶୀର୍ଷରେ ଅଛନ୍ତି। ତାଙ୍କର ସମ୍ପତ୍ତି 88.7 ବିଲିୟନ ଡଲାର ରହିଛି ।

ମୁକେଶ ଅମ୍ବାନୀଙ୍କ ପରେ ଗୌତମ ଆଦାନୀ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ତାଙ୍କର ସମ୍ପତ୍ତି ହେଉଛି 25.2 ବିଲିୟନ ଡଲାର । ତୃତୀୟରେ ଆଇଟି କମ୍ପାନୀ ଏଚସିଏଲର ଶିବ ନାଡାର 20.4 ବିଲିୟନ ଡଲାର ସମ୍ପତ୍ତିରେ ରହିଛନ୍ତି । ଚତୁର୍ଥ ନମ୍ବରରେ ଡି ମାର୍ଟର ମାଲିକ ରାଧାକ୍ରୀଷ୍ଣନ ଦାମନୀ 15.4 ବିଲିୟନ ଡ଼ଲାର ସମ୍ପତ୍ତି ରହିଛି  । ପଞ୍ଚମ ସ୍ଥାନରେ ହିନ୍ଦୁଜା ବ୍ରଦର୍ସଙ୍କ ନାମ ତାଲିକାଭୁକ୍ତ ହୋଇଛି ତାଙ୍କର ସମ୍ପତ୍ତି 12.8 ବିଲିୟନ ଡଲାର  ।

ସାଇରସ୍ ପୁନାୱାଲାଙ୍କ 11.5 ବିଲିୟନ ଡ଼ଲାର ସମ୍ପତ୍ତି ସହ ଷଷ୍ଠ ସ୍ଥାନରେ, ପାଲୋଞ୍ଜୀ ମିଷ୍ଟ୍ରି 11.4 ବିଲିୟନ ଡ଼ଲାର୍ ସମ୍ପତ୍ତିର ମାଲିକାନା ସହ ସପ୍ତମ ସ୍ଥାନରେ ଅଛନ୍ତି । ଆଠ ନମ୍ବରରେ ଉଦୟ କୋଟାକ୍ ନାମ ରହିଛି  । ଉଦୟ କୋଟାକଙ୍କ ସମ୍ପତ୍ତି 11.3 ବିଲିୟନ ଡ଼ଲାର୍ ସମ୍ପତ୍ତି ଅଛି  । ଏଥି ସହିତ ଗୋଡ୍ରେଜ ପରିବାର ନବମ ସ୍ଥାନରେ 11 ବିଲିୟନ ଡଲାର ସମ୍ପତ୍ତି ରହିଛି । ଲକ୍ଷ୍ମୀ ମିତ୍ତଲଙ୍କ 10.3 ବିଲିୟନ ଡ଼ଲାର ସମ୍ପତ୍ତି ରହିଥିବାରୁ ଦଶ ନମ୍ବରରେ ଅଛନ୍ତି।

ସୂଚନାଯୋଗ୍ୟ, ଚଳିତ ବର୍ଷ ଫୋର୍ବସ୍ ତାଲିକାରେ ଅନେକ ନୂତନ ନାମ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି  । ସେଥିରେ ସଞ୍ଜୀବ ବିକଚାନ୍ଦାନୀ, ରିଲାକ୍ସୋ ଫୁଟୱେରର ରମେଶ କୁମାର ଏବଂ ମୁକୁନ୍ଦ ଲାଲ ଦୁଆ, ନିତିନ ଏବଂ ଜିରୋଡା ବ୍ରୋକିଙ୍ଗର ନିଖିଲ କାମାଟ, GRT ଜୁଏଲର୍ସର ଜି ରାଜେନ୍ଦ୍ର ଅନ୍ତର୍ଭୁକ୍ତ। ଏହା ବ୍ୟତୀତ ବିନୋଦ ସାରଫା, ଚନ୍ଦ୍ରକାନ୍ତ ଏବଂ ରାଜେନ୍ଦ୍ର ଗୋଗୋଇ, ପ୍ରେମଚନ୍ଦ୍ର ଗୋଧା, ଅରୁଣ ଭାରତ ରାମ ଏବଂ ଆର.ଜି ଚନ୍ଦ୍ରଗ୍ରାମ ମଧ୍ୟ ଫୋର୍ବସ୍ ତାଲିକାରେ ଯୋଗ ଦେଇଛନ୍ତି।

ପ୍ରକାଶ ଥାଉ ଯେ ଚଳିତ ବର୍ଷ ତାଲିକାର ଶ୍ରେଷ୍ଠ 100 ଜଣ 517.5 ବିଲିୟନ ଡଲାର ସମ୍ପତ୍ତି ସାମିଲ ହୋଇଛନ୍ତି  । ଯାହା ଗତ ବର୍ଷର ତାଲିକାରେ ଅନ୍ତର୍ଭୁକ୍ତ ଲୋକଙ୍କ ମୋଟ ସମ୍ପତ୍ତିଠାରୁ 14 ପ୍ରତିଶତ ଅଧିକ  ।

Show More

Related Articles

Back to top button