Breaking PLUSଓଡ଼ିଶାମୁଖ୍ୟ ଖବର

ଏମପିଏଲ 2.O ଅନୁଷ୍ଠିତ

କେନ୍ଦ୍ରାପଡା ପୌରନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ ସମ୍ବର୍ଦ୍ଧିତ

ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏମପିଏଲ 2.O ଅନୁଷ୍ଠିତ । ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ଏମପିଏଲ 2.O ଶେଷ ହୋଇଥିବାରୁ କେନ୍ଦ୍ରାପଡା ପୌରନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳଙ୍କୁ ଶନିବାର ସମ୍ବର୍ଦ୍ଧିତ କରାଯାଇଛି ।

ରାଜ୍ୟର ପୌରନିଗମ ସମେତ ବିଭିନ୍ନ ପୌରସଂସ୍ଥାର ନିର୍ବାହୀ ଅଧିକାରୀମାନଙ୍କୁ ମଧ୍ୟ ଏହି ଆୱାର୍ଡ ପ୍ରଦାନ କରାଯାଇଛି । ପୌରସଂସ୍ଥା ଗୁଡିକ ସମ୍ପତି କର ବୃଦ୍ଧି କରିବା ସହ ଆଦାୟ କରର ଡିଜିଟାଇଜେସନ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଥିବା ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ କୁହାଯାଇଛି । ଗତ ବର୍ଷ ମଧ୍ୟ ସୂଚାରୁ ରୂପେ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ଏମପିଏଲ 1.O ଶେଷ ହୋଇଥିଲା । ସେହିଭଳି ଆସନ୍ତା ବର୍ଷ ଏମପିଏଲ 3.O ମଧ୍ୟ ନିର୍ଦ୍ଧିଷ୍ଟ ସମୟରେ ଶେଷ ହେବା ନେଇ ବିଭାଗ ଆଶା ରଖିଛି ।

 

Show More

Related Articles

Back to top button