Breaking PLUSଦେଶମୁଖ୍ୟ ଖବର

ଆସନ୍ତା ମାସରେ ୨୧ ଦିନ ବନ୍ଦ ରହିବ ବ୍ୟାଙ୍କ

ସେପ୍ଟେମ୍ବର ୩୦ ଭିତରେ ସାରନ୍ତୁ ବ୍ୟାଙ୍କ କାମ

ଆସନ୍ତା ମାସରେ ବ୍ୟାଙ୍କ ସେବା କିଛି ମାତ୍ରାରେ ବ୍ୟାହାତ ହେବ ।  ସେପ୍ଟେମ୍ବର ୩୦ ଭିତରେ ସାରନ୍ତୁ ନିଜର ସମସ୍ତ ବ୍ୟାଙ୍କ କାମ । କାହିଁକି ନାଁ ଅକ୍ଟୋବରରେ ବ୍ୟାଙ୍କ ସେବା ହେବ ଠପ୍ ହେବାର ଆଶଙ୍କା ରହିଛି  । ମାସର ପ୍ରାୟ ୨୧ ଦିନ ଦେଶରେ ବନ୍ଦ ରହିବ ବ୍ୟାଙ୍କ । ଦଶହରା ଏବଂ ବିଭିନ୍ନ ପର୍ବପର୍ବାଣୀ ପାଇଁ ବ୍ୟାଙ୍କ କର୍ମଚାରୀଙ୍କ ଛୁଟି ରହିବ । ଏନେଇ ଆରବିଆଇ ପକ୍ଷରୁ ବ୍ୟାଙ୍କ ସୂଚୀ ଜାରି କରାଯାଇଛି ।

୨୧ ଦିନିଆ ତାଲିକାରେ ସାପ୍ତାହିକ ରବିବାର, ଦ୍ବିତୀୟ ଓ ଚତୁର୍ଥ ଶନିବାର, ଦଶହରା, ମହାଳୟା, ଆଦି ଛୁଟି ସାମିଲ ରହିଛି ବୋଲି ଆରବିଆଇ ଛୁଟିଦିନ ଗାଇଡଲାଇନରେ ଉଲ୍ଲେଖ କରାଯାଇଛି । ଦେଶ କୋରୋନା ପାଇଁ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଥିବାବେଳେ ଆସନ୍ତା ମାସରେ ବ୍ୟାଙ୍କ ଏତେ ଦିନ ଛୁଟି ନକରିବା ପାଇଁ ଆରବିଆଇ ନିଷ୍ପତ୍ତି ନେଲେ ଭଲ ହୁଅନ୍ତା ବୋଲି ବୁଦ୍ଧିଜିବୀଙ୍କ ମତ ।

Show More

Related Articles

Back to top button