Breaking PLUSଓଡ଼ିଶାଦେଶ ବିଦେଶମୁଖ୍ୟ ଖବରରାଜନୀତି

ଓଟିଭି ବିରୋଧରେ ସ୍ୱାଧୀକାର ଭଙ୍ଗ ନୋଟିସ ପାରିତ କରିବା ପାଇଁ ବାଚସ୍ପତିଙ୍କୁ ପତ୍ର ଲେଖିଲେ ସାଂସଦ ଚନ୍ଦ୍ରାଣୀ ମୁର୍ମୁ

ବହୁଚର୍ଚ୍ଚିତ କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁଙ୍କ ମିଥ୍ୟା ଅଶ୍ଳୀଳ ଭିଡିଓ ଭାଇରାଲ୍ ମାମଲା ।  ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଆଜି ଚିଠି ଲେଖିଛନ୍ତି କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ । ଓଟିଭି ବିରୋଧରେ ସ୍ୱାଧୀକାର ଭଙ୍ଗ ନୋଟିସ ପାରିତ କରିବା ପାଇଁ ବାଚସ୍ପତିଙ୍କୁ ଅନୁରୋଧ କରିଛନ୍ତି ସାଂସଦ ଚନ୍ଦ୍ରାଣୀ ମୁର୍ମୁ । ସାଂସଦ ଚନ୍ଦ୍ରାଣୀ କହିଛନ୍ତି ଯେ, 'ଅଶ୍ଳୀଳ ଭିଡିଓ ଭାଇରାଲ କରି ମାନସିକ ନିର୍ଯ୍ୟାତନା ଦେଇଛନ୍ତି

ବହୁଚର୍ଚ୍ଚିତ କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁଙ୍କ ମିଥ୍ୟା ଅଶ୍ଳୀଳ ଭିଡିଓ ଭାଇରାଲ୍ ମାମଲା ।  ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଆଜି ଚିଠି ଲେଖିଛନ୍ତି କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ । ଓଟିଭି ବିରୋଧରେ ସ୍ୱାଧୀକାର ଭଙ୍ଗ ନୋଟିସ ପାରିତ କରିବା ପାଇଁ ବାଚସ୍ପତିଙ୍କୁ ଅନୁରୋଧ କରିଛନ୍ତି ସାଂସଦ ଚନ୍ଦ୍ରାଣୀ ମୁର୍ମୁ । ସାଂସଦ ଚନ୍ଦ୍ରାଣୀ କହିଛନ୍ତି ଯେ, ‘ଅଶ୍ଳୀଳ ଭିଡିଓ ଭାଇରାଲ କରି ମାନସିକ ନିର୍ଯ୍ୟାତନା ଦେଇଛନ୍ତି । ମୋତେ ବଦନାମ କରିବାକୁ ଷଡଯନ୍ତ୍ର କରିଛନ୍ତି । ଘଟଣାରେ ପୋଲିସ ଓଟିଭି ସାମ୍ବାଦିକ ରମେଶ ରଥଙ୍କୁ ଜେରା କରିଛି ।

ଅନ୍ୟପଟେ ସାଂସଦ ଚନ୍ଦ୍ରାଣୀ ମୁର୍ମୁଙ୍କ ଫେକ୍ ଭିଡିଓ ଭାଇରାଲ ଘଟଣାରେ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପ୍ରଦୀପ ମାଝୀ । ପ୍ରଦୀପ କହିଛନ୍ତି ଯେ, ‘ ସେ ଜଣେ ଆଦିବାସୀ ମହିଳା । ଆଦିବାସୀ ସମାଜ ପ୍ରତି ଘୋର ଅପମାନ ହୋଇଛି । ଘଟଣାର ସଠିକ୍ ତଦନ୍ତ କରାଯାଉ ।’ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ

Show More

Related Articles

Back to top button