ସ୍ୱାସ୍ଥ୍ୟ

ସକାଳୁ ଖାଲି ପେଟରେ ଖାଆନ୍ତୁ ଗଜା ମୁଗ, ମିଳିବ ଅନେକ ଫାଇଦା

ଶରୀରରେ ଫୁର୍ତି ଆସିବା ସହିତ ମିଳିଥାଏ ଏହି ଫାଇଦା

ସକାଳୁ ଖାଲି ପେଟରେ ଗଜାମୁଗ ଖାଇବା ସ୍ୱାସ୍ଥ୍ୟପକ୍ଷ ହିତକର ବୋଲି ଜାଣିଥିବେ ,କିନ୍ତୁ ଏହା ଦ୍ୱାରା ଆମ ଶରୀରକୁ କି କି ପ୍ରକାରର ଲାଭମିଳେ ତାହା ହୁଏତ ଜାଣିନଥିବେ l ଗଜାମୁଗ କୁ ଖାଇବା ଦ୍ୱାରା ବିଭିନ୍ନ ପ୍ରକାରର ରୋଗରୁ ଦୁରେଇ ରହି ପାରିବେ l ଏହାକୁ ପ୍ରତିଦିନ ଖାଇଲେ ରକ୍ତ ହୀନତାର ଶିକାର ହେଇଉଥିବା ବ୍ୟକ୍ତି ମାନଙ୍କୁ ଲାଭ ମିଳିଥାଏ l ମଧୁମେହ ରୋଗୀମାନେ ଗଜାମୁଗ କୁ ପ୍ରତିଦିନ ନିଜ ସକାଳର ଜଳଖିଆରେ ସାମିଲୀ କରିବା ଆବଶ୍ୟକ l ଅନ୍ତରାଷ୍ଟ୍ରୀୟ ସ୍ତରରେ ମୁଗକୁ ସୁପର ଫୁଡର ଆଖ୍ୟା ଦିଆଯାଇଛି l ଏହା ଦୁନିଆର ସମସ୍ତ ସ୍ଥାନରେ ଦେଖିବାକୁ ମିଳିଥାଏ l ଭାରତୀୟ ରୋଷେଇ ଘରେ ଏକ ପରିଚିତ ଖାଦ୍ୟ ଭାବରେ ମୁଗ ଜଣାଶୁଣା ,ଧାନୀଠାରୁ ଗରିବ ଶ୍ରେଣୀର ଲୋକ ପର୍ଯ୍ୟନ୍ତ ସମସ୍ତେ ଏହାକୁ ଖାଦ୍ୟ ଭାବରେ ଗ୍ରହଣ କରିଥାନ୍ତି l

* ମୁଗରେ ପ୍ରଚୁର ପରିମାଣରେ ଆଣ୍ଟିଆକ୍ସିଡେଣ୍ଟ ଓ ବାୟୋଆକ୍ଟିଭି କମ୍ପାଉଣ୍ଡ ରହିଛି l ଏହା ସ୍ତ୍ରୀ ଲୋକମାନଙ୍କର ମହାମାରୀ ସମୟରେ ଅତ୍ୟନ୍ତ କାମ ଦେଇଥାଏ l ଗଜାମୁଗ କୁ ପ୍ରତ୍ୱେକଦିନ ସକାଳେ ନିଜ ଖାଦ୍ୟରେ ସାମିଲ କରିବା ଦ୍ୱାରା ରକ୍ତ ହୀନତାର ଶିକାର ହୁଅନ୍ତି ନାହିଁ l

* ମୁଗ ଡ଼ାଲିରେ ଆମିନୋଏସିଡ ଥିବା ହେତୁ ଶରୀର ପାଇଁ ହିତକର l ଗଜାମୁଗ ଖାଇବା ଦ୍ୱାରା ଦେହ ଫୁର୍ତି ଲାଗିଥାଏ l ଗଜାମୁଗ ପ୍ରୋଟିନର ଗନ୍ତାଘର ଅଟେ l ଏଥିରେ ଥିବା ଆଣ୍ଟିଆକ୍ସିଡେଣ୍ଟ ପାକସ୍ଥଳୀ କର୍କଟରୁ ଦୁରେଇ ରଖିଥାଏ l

* ଭାରତ ସହିତ ଏସିଆ ମହାଦେଶର ବିଭିନ୍ନ ଦେଶରେ ଗରମ ଦିନେ ଅଂଶୁଘାତ ହେବାର ଦେଖାଯାଇଥାଏ l ଏହି ସବୁଥିରୁ ଦୁରେଇ ରହିବ ପାଇଁ ଗରମ ଦିନେ ସକାଳେ ଗଜାମୁଗ ଖାଇବା ଆବଶ୍ୟକ l ମୁଗଡାଲି ସୁପରେ ଖରାପ କୋଲେଷ୍ଟ୍ରଲକୁ କମ କରିବାର କ୍ଷମତା ରହିଛି ,ତେଣୁ ଯେଉଁମାନେ ମୁଗଡାଲି ସୁପ ନିଜ ଖାଦ୍ୟରେ ଖାଇଥାନ୍ତି ସେମାନେ ହୃଦରୋଗ ଠାରୁ ଦୁରେଇ ରହିଥାନ୍ତି l

* ପୋଟାସିୟମ ,ମ୍ୟାଗନେସିୟମ ଓ ଫାଇବରରେ ଭରପୁର ଥିବା ହେତୁ ମୁଗ ବ୍ଲଡ଼ ପ୍ରେସରକୁ ନିୟନ୍ତ୍ରଣ କରିଥାଏ l ୨00 ଗ୍ରାମ ମୁଗରେ ୧୫.୪ ଫାଇବର ରହିଛି l ତେଣୁ ପ୍ରତ୍ୱେକଦିନ ସକାଳୁ ଗଜାମୁଗ ଖାଇବା ଦ୍ୱାରା ରକ୍ତଚାପ ନିୟନ୍ତ୍ରଣ ରହିଥାଏ l

* ମୁଗଡାଲିର କାର୍ବୋହାଇଡ୍ରେଟ ରହିଛି l ଓଜନ କମାଇବା ପାଇଁ ପ୍ରୟାସ କରୁଥିବା ବ୍ୟକ୍ତି ମାନେ ପ୍ରତେକ ଦିନ ସକାଳୁ ଖାଲିପେଟରେ ଗଜାମୁଗ ଖାଇଲେ ଲାଭ ଦାୟକ ହୋଇଥାଏ l ଗଜାମୁଗରେ ଫାଇବର ଓ ପ୍ରୋଟିନ ଥିବା ହେତୁ ଭୋକ ଲାଗିନଥାଏl

Show More

Related Articles

Back to top button