Breaking PLUSଦେଶ ବିଦେଶବାଣିଜ୍ୟମୁଖ୍ୟ ଖବର

ଶୀର୍ଷକୁ ଛୁଇଁଛି ମୁଦ୍ରାସ୍ପିତି

RBI ଗଭର୍ଣ୍ଣର କହିଲେ ଏବେ ଧିରେ ଧିରେ ଖସିବ ୪%କୁ

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ମୁଦ୍ରାସ୍ପିତି ତାର ଚରମ ସୀମାକୁ ଛୁଇଁ ସାରିଥିବା ଓ ଏବେ ଏହାକୁ ଧିରେ ଧିରେ ୪ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରାଯିବ ବୋଲି କହିଛନ୍ତି। ସେ କହିଛନ୍ତି ଯେ କେନ୍ଦ୍ରୀୟ ବ୍ୟାଙ୍କ ଏବେ ପ୍ରତ୍ୟେକ ତଥ୍ୟ ଉପରେ ନଜର ରଖୁଛନ୍ତି, ଏଥିରେ ସାମାନ୍ୟ କୋହଳ ମଧ୍ୟ କରାଯିବନି। ଏକ ଗଣମାଧ୍ୟମ ସାକ୍ଷାତକାରରେ ଆରବିଆଇ ଗଭର୍ଣ୍ଣର ଏହି ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଗତ ୪ ମାସରେ ମୁଦ୍ରାସ୍ପିତି ଉପରେ ନିୟନ୍ତ୍ରଣ ହାସଲ ଲାଗି ଆରବିଆଇ ୩ ଥର ରେପୋ ହାର ସୁଧାର କରିଛନ୍ତି। ଶକ୍ତିକାନ୍ତ ଦାସ କହିଛନ୍ତି ଯେ ଏବେ ୪ ପ୍ରତିଶତର ମୁଦ୍ରାସ୍ପିତିରେ ପହଞ୍ଚିବା ଲାଗି ଖୁବ୍ ଶୀଘ୍ର ପଦକ୍ଷେପ ନିଆଯିବ। ଏହା ସହ ଚାଲୁ ଖାତା (କରେଣ୍ଟ ଆକାଉଣ୍ଟ)ରେ ଯେଉଁ ଅନ୍ତର ଅଛି ତାକୁ ମଧ୍ୟ ସମ୍ଭାଳି ନିଆଯିବ ବୋଲି ଆରବିଆଇ ଗଭର୍ଣ୍ଣର କହିଛନ୍ତି। କାରଣ ଆଗାମୀ ମାସ ମାନଙ୍କରେ ଦେଶର ରପ୍ତାନୀ ବଢିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି।

ସେହିପରି କ୍ରେଫ୍ଟୋ କରେନ୍ସୀ ଉପରେ ମଧ୍ୟ କହିଛନ୍ତି ଆରବିଆଇ ଗଭର୍ଣ୍ଣର। ସେ କହିଛନ୍ତି ଯେ ଏହି ମୁଦ୍ରା ଯୋଗୁ ଆର୍ଥିକ ଅସ୍ଥିରତା ସୃଷ୍ଟି ହୋଇପାରେ, ଯାହା ଫୋରେକ୍ସ ହାର ଓ ନୀତି ଉପରେ ବିପରୀତ ପ୍ରଭାବ ପକାଇବ। ଅର୍ଥ ବ୍ୟବସ୍ଥାକୁ ଡଲାରରେ ଚଳାଇବାର ନୀତି ଭାରତୀୟ ସ୍ୱାର୍ଥର ବିପରୀତ ହୋଇପାରେ ବୋଲି ଗଭର୍ଣ୍ଣର କହିଛନ୍ତି। ସେହିପରି ବ୍ୟାଙ୍କ ଘରୋଇକରଣ ଉପରେ ମଧ୍ୟ ଶକ୍ତିକାନ୍ତ ଦାସ କହିଛନ୍ତି। କେନ୍ଦ୍ରୀୟ ବ୍ୟାଙ୍କ ନା ଏହା ସପକ୍ଷରେ ଅଛନ୍ତି ନା ବିପକ୍ଷରେ ବୋଲି ସେ କହିଛନ୍ତି।

Show More

Related Articles

Back to top button