Breaking PLUSଦେଶ ବିଦେଶମୁଖ୍ୟ ଖବରରାଜନୀତି
ମହମ୍ମଦ ମୁଇଜୁ ମାଳଦ୍ୱୀପର ନୂଆ ରାଷ୍ଟ୍ରପତି

ନୂଆଦିଲ୍ଲୀ- ମହମ୍ମଦ ମୁଇଜୁ ମାଳଦ୍ୱୀପର ନୂଆ ରାଷ୍ଟ୍ରପତି । ଆସିଲା ମାଳଦ୍ୱୀପ ରାଷ୍ଟ୍ରପତି ନିର୍ବାଚନ ଫଳାଫଳ । ମହମ୍ମଦ ମୁଇଜୁ ମାଳଦ୍ୱୀପ ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି । ୫୪ ପ୍ରତିଶତ ଭୋଟ୍ ସହ ମୁଇଜୁ ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି । ସେ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ମହମ୍ମଦ ସଲିହଙ୍କୁ ହରାଇ ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି ।
ମହମ୍ମଦ ମୁଇଜୁ ଚୀନ୍ ସମର୍ଥକ ଭାବେ ଜଣାଶୁଣା । ବିପୁଳ ବିଜୟ ପରେ ମୁଇଜୁଙ୍କୁ ଶୁଭେଚ୍ଛା ଜଣାଇଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିର୍ବାଚନ ଉପରେ ଉଭୟ ଭାରତ ଓ ଚୀନ୍ର ନଜର ଥିଲା । ରଣନୀତି ଦୃଷ୍ଟିକୋଣରୁ ମାଳଦ୍ୱୀପ ଉଭୟ ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ ।