ଦେଶମୁଖ୍ୟ ଖବର

ବାଇଡେନଙ୍କୁ ଭେଟିବେ ମୋଦି

ଆଜି ବିଶ୍ୱର ଦୁଇ ଶୀର୍ଷ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଙ୍କ ମଧ୍ୟରେ ହେବ ଗୁରୁତ୍ୱ ପୂର୍ଣ୍ଣ ବୈଠକ । ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଙ୍କ ମଧ୍ୟରେ ହେବ ଦ୍ୱିପାକ୍ଷିକ ବୈଠକ । ଅନ୍ୟପଟେ କ୍ୱାର୍ଡ ସମ୍ମିଳନୀ ମଧ୍ୟ ଆଜି ବସିବ । ଚୀନର ବିସ୍ତାରବାଦୀ ନୀତି ଓ ସୀମାପାର ଆତଙ୍କବାଦ ନେଇ ଆଲୋଚନା ହୋଇପାରେ । ଅନ୍ୟପଟେ ଭାରତ-ଆମେରିକା ସମ୍ପର୍କ ବୃଦ୍ଧି ଦ୍ୱିପାକ୍ଷିକ ବାଣିଜ୍ୟ ନେଇ ମଧ୍ୟ ହୋଇପାରେ ଆଲୋଚନା ।

ପ୍ରତିରକ୍ଷା ଓ ଆର୍ଥିକ କ୍ଷେତ୍ରରେ ସହଯୋଗ ବଢ଼ାଇବା ଉପରେ ରହିବ ଗୁରୁତ୍ୱ । ସୁରକ୍ଷା ସହଯୋଗ ଓ ଆଫଗାନ ସ୍ଥିତି କଥା ମଧ୍ୟ ପଡ଼ିବ । ଅନ୍ୟପଟେ କୋଭିଡ-୧୯ ଭ୍ୟାକସିନ ବାବଦରେ ମଧ୍ୟ ଦୁଇନେତା କଥା ହୋଇପାରନ୍ତି । ପାକିସ୍ତାନ କାର୍ଯ୍ୟକଳାପ ନେଇ ମଧ୍ୟ ପ୍ରସଙ୍ଗ ଉଠିପାରେ ।

ଆଫଗାନୀସ୍ତାନରେ ମଧ୍ୟ ପାକିସ୍ତାନ ମୁଣ୍ଡଖେଳଉଛି । ଏହା ବିଶ୍ୱ ପାଇଁ ବିପଦ ଜନକ ହୋଇଥିବା ବେଳେ ଭାରତ ପାଇଁ ମଧ୍ୟ ବିପଦ । ଆମେରିକା ପାକିସ୍ତାନ ଉପରେ କୌଣସି ଚାପ ପକାଇବା ଦରକାର । ବିଶ୍ୱ ଶାନ୍ତି ଦିନକୁ ଦିନ ବିଗିଡିବାରେ ଲାଗିଛି । ବାଇଡେନଙ୍କ ସହ ମୋଦି ବୈଠକ ସମୟରେ ଏସବୁ କଥା ଉଠିପାରେ ବୋଲି ଜଣାପଡ଼ିଛି ।

Show More

Related Articles

Back to top button