Breaking PLUSଦେଶ ବିଦେଶମୁଖ୍ୟ ଖବର

ବିଶ୍ୱର ସର୍ବାଧିକ ଲୋକପ୍ରିୟ ନେତା ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ ଏକ ନମ୍ୱର

ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ସର୍ବାଧିକ ଲୋକପ୍ରିୟ ନେତା ବୋଲି ଆମେରିକାର ମର୍ନିଂ କନ୍‌ସଲ୍ଟ ସର୍ଭେ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି। ୭୫ ପ୍ରତିଶତ ଲୋକେ ମୋଦିଙ୍କୁ ପସନ୍ଦ କରିଥିବାବେଳେ ୨୦ ପ୍ରତିଶତ ନାପସନ୍ଦ କରିଛନ୍ତି

ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ସର୍ବାଧିକ ଲୋକପ୍ରିୟ ନେତା ବୋଲି ଆମେରିକାର ମର୍ନିଂ କନ୍‌ସଲ୍ଟ ସର୍ଭେ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି। ୭୫ ପ୍ରତିଶତ ଲୋକେ ମୋଦିଙ୍କୁ ପସନ୍ଦ କରିଥିବାବେଳେ ୨୦ ପ୍ରତିଶତ ନାପସନ୍ଦ କରିଛନ୍ତି। ସର୍ଭେରେ ତାଙ୍କୁ ୫୫ ରେଟିଂ ମିଳିଛି। ବିଭିନ୍ନ ପ୍ରସଙ୍ଗରେ ଦକ୍ଷତା ପ୍ରଦର୍ଶନ ଓ କୋଭିଡ୍‌-୧୯ ପରିସ୍ଥିତି ସୁପରିଚାଳନା ପାଇଁ ପ୍ରଧାନମନ୍ତ୍ରୀ ପୁଣି ଥରେ ଲୋକପ୍ରିୟ ହୋଇପାରିଛନ୍ତି ବୋଲି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା କହିଛନ୍ତି। ୧୩ଟି ଦେଶର ନେତାଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା। ଜର୍ମାନ ଚାନସେଲର ଆଞ୍ଜେଲା ମାର୍କେଲଙ୍କୁ ୨୪ ପଏଣ୍ଟ ମିଳିଥିବାବେଳେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ ସର୍ବାଧିକ ନାପସନ୍ଦ ନେତା ବୋଲି ସର୍ଭେରୁ ଜଣାପଡିଛି।

Show More

Related Articles

Back to top button