Breaking PLUSଦେଶମୁଖ୍ୟ ଖବରରାଜନୀତି

ମୋଦି 3.0 ବିକଶିତ ଭାରତର ଭିତ୍ତିଭୂମିକୁ ମଜବୁତ କରିବାକୁ ପୂରା ଶକ୍ତି ଲଗାଇଦେବ- ପିଏମ ମୋଦି

ନୂଆଦିଲ୍ଲୀ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ତୃତୀୟ ଥର କ୍ଷମତାକୁ ଫେରିବା ନେଇ ବିଶ୍ୱାସ ପ୍ରକଟ କରି କହିଛନ୍ତି ଯେ, ମୋଦି 3.0 ବିକଶିତ ଭାରତର ଭିତ୍ତିଭୂମିକୁ ମଜବୁତ କରିବା ପାଇଁ ପୂରା ଶକ୍ତି ଲଗାଇଦେବ । ପ୍ରମୁଖ ଘୋଷଣା ମଧ୍ୟରୁ ସେ ସୌରଉର୍ଜା ଜରିଆରେ ଫ୍ରି ବିଜୁଳି, ବୁଲେଟ ଟ୍ରେନ, ସମସ୍ତଙ୍କ ପାଇଁ ପାଇପ ଜରିଆରେ ଗ୍ୟାସ, ପ୍ରତିଘରକୁ ପାଇପ ଯୋଗେ ପାଣି ଯୋଗାଣ ଓ ସମସ୍ତ ପାଇଁ ଘର ଉପଲବ୍ଧ କରାଇବା କଥା କହିଛନ୍ତି ।
ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ରାଜ୍ୟସଭାରେ ଚର୍ଚ୍ଚାର ଉତ୍ତର ଦେଇ ପିଏମ ମୋଦି କହିଛନ୍ତି ଯେ, ତାଙ୍କ ଆଗାମୀ କାର୍ଯ୍ୟକାଳରେ 5ବର୍ଷରେ ଦେଶରେ ଅନେକ କ୍ଷେତ୍ରରେ ଉନ୍ନତି କରିବ । ଆଗାମୀ 5ବର୍ଷରେ ଖେଳ କ୍ଷେତ୍ରରେ ଭାରତର ଯୁବପିଢିର ଶକ୍ତି ବିଶ୍ୱରେ ସ୍ୱୀକୃତି ପାଇବ । ସାର୍ବଜନୀନ ପରିବହନର କାୟା ବଦଳିବ । ଛାତ ଊପରେ ସୌରଶକ୍ତିରୁ ଫ୍ରିରେ ବିଜୁଳି ମିଳିବ । ବୁଲେଟ ଟ୍ରେନ ଓ ବନ୍ଦେ ଭାରତ ସମ୍ପ୍ରସାରିତ ହେବ । ସେମିକଣ୍ଡକ୍ଟର ଜଗତରେ ମେଡ୍ ଇନ ଇଣ୍ଡିଆ ଗୁଞ୍ଜରିତ ହେବ । ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ଦେଶ ଅଗ୍ରଣୀ ହେବ । ଆମର ଗାଁର ଛୋଟ ଛୋଟ ଚାଷୀଙ୍କ ଦ୍ୱାରା ଉତ୍ପାଦିକ ସୁପରଫୁଡ ମୋଟା ଶସ୍ୟ ବିଶ୍ୱ ବଜାରରେ ଉପଲବ୍ଧ ହେବ । ଡ୍ରୋନ ଚାଷୀଙ୍କ ପାଇଁ ନୂଆ ଶକ୍ତି ହେବ, ପଶୁପାଳନ ଓ ମାଛଚାଷ ବଢିବ ।

Show More

Related Articles

Back to top button