ସ୍ୱାସ୍ଥ୍ୟ

ମୋବାଇଲ୍ ଓ ଲାପଟପ୍ ରୁ ବାହାରୁଥିବା ନୀଳ ଆଲୋକ : ଆପଣଙ୍କୁ ସମୟ ପୂର୍ବରୁ କରିପାରେ ବୃଦ୍ଧ

ଆଜିକାଲି ଆମର ଅଧିକାଂଶ ସମୟ ମୋବାଇଲ ,ଟିଭି ,ଲାପଟପ ଭଳି ବିଜୁଳି ଉପକରଣରେ ଅତିବାହିତ ହେଉଛି l ରାତିରେ ଶୋଇବା ସମୟରେ ଲୋକମାନେ ଘଣ୍ଟା ଘଣ୍ଟା ଧରି ମୋବାଇଲର ପ୍ରୟୋଗ କରୁଛନ୍ତି l କିନ୍ତୁ ଆପଣ କଣ ଜାଣିଛନ୍ତି ମୋବାଇଲରୁ ବାହାରୁଥିବା ବ୍ଲୁ ଆଲୋକ ଆପଣଙ୍କ ତ୍ୱଚାପାଇଁ ଅତ୍ୟନ୍ତ କ୍ଷତିକାରକ ଅଟେ l ଯେତେବେଳେ ତ୍ୱଚାର ସ୍ୱାସ୍ଥ୍ୟର କଥା ଆସେ ତେବେ ସେହି ସମୟରେ ଜୁବି ବିକିରଣ ସବୁଠୁ ହାନି କାରକ ବୋଲି କୁହାଯାଇ ଥାଏ l

ସୂର୍ଯ୍ୟଙ୍କ କିରଣରୁ ବାହାରୁଥିବା ଅତି ବାଇଗଣୀ ରଶ୍ମି ତ୍ୱଚାର ବ୍ୟାସକୁ ବଢାଇବାର ମୁଖ୍ୟ କାରଣରୁ ଗୋଟିଏ lକିଛି ଲୋକ ଆମ ତ୍ୱଚାରେ ନୀଳ ପ୍ରକାସର ସବୁଠୁ ମୁଖ୍ୟ କରଣମାନଙ୍କ ମଧ୍ୟରୁ ଗୋଟିଏ ବୋଲି କୁହାଯାଇଛି l ଆଜିକାଲି ଡିଜିଟାଲ ଉପକରଣ କମ୍ପ୍ୟୁଟର ଓ ଏଲିଡିରେ ମଧ୍ୟ ନୀଳ ଆଲୋକ ନିରନ୍ତର ଧାରାରେ ଉଜାଗର ହେଉଛି l ଏହି ନୀଳ ଆଲୋକ ଉଭୟ ଆଖି ଓ ତ୍ୱଚା ଉପରେ ପ୍ରଭାବ ପକାଇଥାଏ ,ତ୍ୱଚାର ପ୍ରୋଟିନ ଓ ମହତ୍ୱପୂର୍ଣ୍ଣ ଫାଇବରକୁ ନଷ୍ଟ କରିଥାଏ l ଡିଜିଟାଲ ଉପକରଣ ଆମେ ପ୍ରାୟ ସମସ୍ତେ ଦିନ ଯାକ ବ୍ୟବହାର କରୁଛୁ l କିଛି ଲୋକ ଦିନକୁ ପ୍ରାୟ ୨୦ ଘଣ୍ଟା ଧରି ବିଜୁଳି ଉପକରଣରେ କାମ କରି ଥାନ୍ତି l ତେଣୁ ଏହାକୁ ନେଇ ଗବେଷକ ମାନେ କିପରି ନିଜକୁ ରକ୍ଷା କରିବେ ସେ ବିଷୟରେ ଚିନ୍ତା ପ୍ରକଟ କରିଛନ୍ତି l

ନିଜକୁ କିପରି ରକ୍ଷା କରିବେ –

ସବୁଠୁ ମହତ୍ୱପୂର୍ଣ୍ଣ କଥା ହେଲା ଆପଣ ନିଜକୁ କିପରି ଏହି ନୀଳ ଆଲୋକରୁ ରକ୍ଷା କରିବେ ?ନୀଳ ଆଲୋକ ଏକ ଦୂର୍ଷ୍ୟମାନ ପ୍ରକାଶ ସ୍ପେକ୍ଟରମ ଅଟେ ,ଯାହା ନୀଳରୁ ବାଇଗଣୀ ଶ୍ରେଣୀରେ ରହିଥାଏ l

ନୀଳଆଲୋକ ଆପଣଙ୍କ ଆଖି ଉପରେ ଖରାପ ପ୍ରଭାବ ପକାଇଥାଏ ଓ ତ୍ୱଚା ଉପରେ ମଧ୍ୟ ନକାରାତ୍ମକ ପ୍ରଭାବ ପକାଇଥାଏ l ଗବେଷକ ମାନଙ୍କ ମତରେ ଦୀର୍ଘ ସମୟ ଧରି ନୀଳ ଆଲୋକ ସମ୍ପର୍କରେ ଇରହିବ ଦ୍ୱାରା ତ୍ୱଚାର କୋଷିକା ଗୁଡିକ କ୍ଷତିଗ୍ରସ୍ତ ହୋଇଥାଏ l ତ୍ୱଚାର ଅବରୋଧକ କାର୍ଯ୍ୟରେ ବାଧା ଉତ୍ପନ ହୋଇଥାଏ ଓ ଏହାଦ୍ୱାରା ସମୟ ପୂର୍ବରୁ ତ୍ୱଚା ନଷ୍ଟ ହୋଇଯାଏ l

ତ୍ୱଚାର ନଷ୍ଟ ହେବ କାରଣରୁ ଚର୍ମର ଟିସୁ ଗୁଡିକ ନଷ୍ଟ ହେବାକୁ ଆଖି ଆଗରେ ରଖି ଗବେଷକ ମାନେ ମତ ଦେଇଛନ୍ତି ଯେ ଅଧିକ ପରିମାଣରେ ପାଣି ଥିବା ଫଳମୂଳକୁ ଖାଦ୍ୟ ଭାବରେ ଗ୍ରହଣ କରିବା ଆବଶ୍ୟକ l ତା ସହିତ ପ୍ରାକୃତିକ ପାନୀୟ ପଇଡ ,ଲସି ,ଦହି ଓ କ୍ଷୀର ଇତ୍ୟାଦିକୁ ଅଧିକ ପରିମାଣରେ ଗ୍ରହଣ କରିବା ଉଚିତ l ରାତି ସମୟରେ ବିଜୁଳି ଉପକରଣ ବ୍ୟବହାରରୁ ଦୁରେଇ ରହିବ ବଶ୍ୟକ l

Show More

Related Articles

Back to top button