Breaking PLUSଦେଶମୁଖ୍ୟ ଖବର

ଆଜି ସନ୍ଧ୍ୟାରେ ଲଞ୍ଚ ହେବ ପାଣିପାଗ ସମ୍ବନ୍ଧୀୟ ଉପଗ୍ରହ ଇନସାଟ-3 ଡିଏସ

ନୂଆଦିଲ୍ଲୀ- ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ସଠିକ୍ ପାଣିପାଗ ପୂର୍ବାନୁମାନ ଓ ପ୍ରାକୃତିକ ବିପର୍ଯ୍ୟୟ ଚେତାବନୀ ଜାଣିବା ଉଦ୍ଦେଶ୍ୟରେ ଶନିବାର ସନ୍ଧ୍ୟା 5.30 ମିନିଟ ସମୟରେ ମହାକାଶ ଯାନ ଜିଏସଏଲଭି ଏଫ 14ରେ ନିଜର ପାଣିପାଗ ସମ୍ବନ୍ଧୀୟ ସାଟେଲାଇଟ୍ ଇନସାଟ-3ଡିଏସ ଲଞ୍ଚ କରିବ । ଇସ୍ରୋ ପକ୍ଷରୁ ଏହି ଉତକ୍ଷେପଣ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।
ଇସ୍ରୋ ମୁଖ୍ୟ ଏସ ସୋମନାଥ କହିଛନ୍ତି ଯେ, ମହାକାଶରେ ପୂର୍ବରୁ ଦୁଇଟି ଉପଗ୍ରହ କାମ କରୁଛି । ଯାହା ଚକ୍ରବାତ ଉପରେ ଚେତବନୀ ଦେଉଛି । ଏହି ସିରିଜରେ ଏହି ଉପଗ୍ରହ ଯାହାକି ଚକ୍ରବାତ ଚେତାବନୀ, ବର୍ଷା ପୂର୍ବାନୁମାନ, ଜଳବାୟୁ ଓ ପାଣିପାଗର ସଠିକ ତଥ୍ୟ ଦେବାର ସହାୟକ ହେବ ।

Show More

Related Articles

Back to top button