Breaking PLUSଓଡ଼ିଶାମୁଖ୍ୟ ଖବର

ମେଡିକାଲ ଛାତ୍ରଛାତ୍ରୀଙ୍କ ମାସିକ ଷ୍ଟାଇପେଣ୍ଡ ବୃଦ୍ଧି

ଭୁବନେଶ୍ୱର: ମେଡିକାଲ ଛାତ୍ରଛାତ୍ରୀଙ୍କ ମାସିକ ଷ୍ଟାଇପେଣ୍ଡ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ବୁଧବାର ଏ ସଂକ୍ରାନ୍ତୀୟ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ନର୍ସିଂ, ଫାର୍ମାସୀ ଓ ଆଲାଏଡ୍ ମେଡିକାଲ ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ବୃଦ୍ଧି ହୋଇଛି। ଡି.ଫାର୍ମା ଛାତ୍ରଛାତ୍ରୀଙ୍କର ୨୫୦ରୁ ୫୦୦ ଟଙ୍କାକୁ ଷ୍ଟାଇପେଣ୍ଡ ବୃଦ୍ଧି ହୋଇଛି। ସେହିପରି ଏଏନଏମଙ୍କର ୧ ହଜାରରୁ ୨ହଜାର, ବିଏସସି ନର୍ସିଂ(ଇଣ୍ଟର୍ନସିପ) ଷ୍ଟାଇପେଣ୍ଡ ୨୫୦୦ରୁ ୫ହଜାର ଏବଂ ଏମ.ଫିଲ୍ ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ୭ହଜାରରୁ ୧୦ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି।

Show More

Related Articles

Back to top button