Breaking PLUSଦେଶମୁଖ୍ୟ ଖବର

ମାଲଦା ବଜାରରେ ଭୟାବହ ଅଗ୍ନିକାଣ୍ଡ

କୋଲକାତା, 16 ଡିସେମ୍ବର – ପଶ୍ଚିମବଙ୍ଗର ମାଲଦାରେ ଏକ ବଜାରରେ ଶୁକ୍ରବାର ରାତିରେ ଅଗ୍ନିକାଣ୍ଡ ହୋଇଛି । ସୂଚନା ମୁତାବକ ଚାଞ୍ଚଲ ବଜାରରେ ଥିବା ଏକ ଜୋତା ଦୋକାନରେ ନିଆଁ ଲାଗିଯାଇଥିଲା । ଏହାପରେ ସୂଚନା ପାଇ ଦୁଇଟି ଦମକଳ ଗାଡି ଘଟଣାସ୍ଥଳରେ ପହଞ୍ଚିଥିଲା । ପ୍ରାୟ ଘଣ୍ଟାଏ କାଳ ପରିଶ୍ରମ କରି ନିଆଁକୁ ଆୟତ୍ତ କରାଯାଇଥିଲା । ଘଟଣାରେ କେହି ମୃତାହତ ହୋଇନାହାନ୍ତି । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି । ଘଟଣାର ତଦନ୍ତ କରାଯାଉଛି । ଦୋକାନର ଅଗ୍ନିଶମ ବ୍ୟବସ୍ଥା ଠିକ ନଥିବା ଜଣାପଡିଛି ।

Show More

Related Articles

Back to top button