Breaking PLUSଦେଶମୁଖ୍ୟ ଖବର

ଆଜି ମାଓବାଦୀଙ୍କ ଭାରତ ବନ୍ଦ ଡାକରା, ଝାରଖଣ୍ଡରେ ରେଳ ଧାରଣା ଉଡାଇଲେ ନକ୍ସଲ

ରାଞ୍ଚି- ଗୁରୁବାର ରାତି ପ୍ରାୟ 11ଟା ବେଳେ ଗୋଇଲକେରା ଓ ପୌସୈତା ଷ୍ଟେସନ ମଧ୍ୟରେ ବୋମା ବିସ୍ଫୋରଣ କରି ରେଳଧାରଣା ଉଡାଇ ଦେଇଛନ୍ତି ମାଓବାଦୀ । ଫଳରେ ଚକ୍ରଧରପୁର ରେଳମଣ୍ଡଳର ହାୱଡା-ମୁମ୍ବାଇ ମୁଖ୍ୟ ରେଳମାର୍ଗରେ ଟ୍ରେନ ଚଳାଚଳ ଠପ୍ ହୋଇଯାଇଛି । ଏହାପରେ ଐହତିୟାତନ ସାଲିମାର-କୁର୍ଲା ଅପ୍ ଏକ୍ସପ୍ରେସ ଟ୍ରେନକୁ ଗୋଇଲକେରା ଷ୍ଟେସନରେ ରୋକି ଦିଆଯାଇଛି ।
ଆଜି ଡିସେମ୍ବର 22ରେ ମାଓବାଦୀଙ୍କ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । ଏହାପୂର୍ବରୁ ଗତକାଲି ମାଓବାଦୀମାନେ ବିସ୍ଫୋରଣ ଘଟାଇ ଧାରଣା ଉଡାଇ ଦେଇଛନ୍ତି । ଏହିସ୍ଥାନରେ ମାଓବାଦୀମାନେ ପୋଷ୍ଟର ଓ ବ୍ୟାନର ଛାଡିଯାଇଛନ୍ତି । ବିସ୍ଫୋରଣ ନେଇ ଏହି ରେଳ ଡିଭିଜନର ଦ୍ୱିତୀୟ ଲାଇନରେ ଯାଉଥିବା ଏକ ମାଲବାହୀ ଗାଡିର କ୍ରୁ ଓ ଗାର୍ଡମାନେ ନିକଟତମ ଷ୍ଟେସନକୁ ଜଣାଇଥିଲେ । ଏହାପରେ ଚକ୍ରଧରପୁର ରେଳମଣ୍ଡଳରେ ଭୟ ଖେଳିଯାଇଥିଲା । ଖବର ପାଇବା ପରେ ତୁରନ୍ତ ଟ୍ରେନ ଚଳାଚଳକୁ ରୋକାଯାଇଥିଲା ।

Show More

Related Articles

Back to top button