Breaking PLUSଓଡ଼ିଶାମୁଖ୍ୟ ଖବର
ଓଡ଼ିଶା-ଝାଡଖଣ୍ଡ ସୀମାନ୍ତରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ
ଯବାନଙ୍କ ଉପରକୁ ଗୁଳି ବର୍ଷା

ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ପଶ୍ଚିମ ସିଂହଭୂମ ଜିଲ୍ଲା ଟନ୍ତୋପାହାଡ଼ରେ ସଂଘବଦ୍ଧ ହୋଇ ନକ୍ସଲମାନେ ଯବାନଙ୍କ ଉପରକୁ ଗୁଳିବର୍ଷା କରିଛନ୍ତି। ନକ୍ସଲଙ୍କ ଗୁଳିରେ ସୋମବାର ସନ୍ଧ୍ୟାରେ ଝାଡ଼ଖଣ୍ଡ ଜାଗୁଆରର ଦୁଇ ଜଣ ଯବାନ ସହିଦ ହୋଇଛନ୍ତି। ସେମାନେ ହେଲେ ଇନ୍ସପେକ୍ଟର ଅମିତ ତିୱାରୀ ଓ ହାବିଲଦାର ଗୌତମ କୁମାର।
ଝାଡ଼ଖଣ୍ଡ ଜାଗୁଆରର ଯବାନମାନେ ମାଓ ଅପରେସନ ସାରି କ୍ୟାମ୍ପକୁ ଫେରୁଥିବା ବେଳେ ନକ୍ସଲମାନେ ସଂଘବଦ୍ଧ ହୋଇ ଗୁଳି ଚଳାଇଥିଲେ। ପାଲଟା ଜବାବରେ ଯବାନମାନେ ଗୁଳି ଚଳାଇଥିଲେ। ହେଲେ ନକ୍ସଲଙ୍କୁ ସଠିକ୍ ଭାବରେ ମୁକାବିଲା କରିପାରି ନଥିଲେ। ଫଳରେ ନକ୍ସଲଙ୍କ ଗୁଳିମାଡ଼ରେ ଦୁଇ ଯବାନ ଘଟଣାସ୍ଥଳରେ ଟଳିପଡ଼ିଥିଲେ। ଦୁଇ ଯବାନଙ୍କ ସହିଦ ପରେ ଚାଇବସା କ୍ୟାମ୍ପରେ ସ୍ୱାଧୀନତା ଦିବସରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି। ଅନ୍ୟପକ୍ଷରେ ନକ୍ସଲମାନଙ୍କୁ ମୁକାବିଲା କରିବା ପାଇଁ ଝାଡ଼ଖଣ୍ଡ ଜାଗୁଆର ତରଫରୁ ସର୍ଚ୍ଚ ଅପରେସନ ଜାରି ରହିଛି।