ଜୀବନଚର୍ଯ୍ୟା

ଔଷଧୀୟ ଗୁଣରେ ଭରପୁର ଅପରାଜିତା ଫୁଲ ଆମ ଶରୀର ପାଇଁ ରାମବାଣ ସଦୃଶ

ଆସନ୍ତୁ ଜାଣିବା କିପରି:

ଅପରାଜିତା ଗାଁ ଗହଳିରୁ ନେଇ ସହର ପର୍ଯ୍ୟନ୍ତ ମିଳୁଥିବା ସାଧାରଣ ଗଛଟିଏ l ଏହା ଯେଉଁଠି ପରେ ସେଇଠି ଲଟା ପରି ମାଡି ଯାଏ l ଆୟୁର୍ବେଦରେ ଅପରାଜିତାଙ୍କୁ ଗୋଟିଏ ଜଡିବୁଟି ଭାବରେ ଗୁରୁତ୍ୱ ଦିଆଯାଇଛି l ବିଶେଷ କରି ଅପରାଜିତା ଫୁଲ ବର୍ଷା ଋତୁରେ ଅଧିକ ଫୁଟିଥାଏ l ଏହାର ଆୟୁର୍ବେଦରେ ବହୁଳ ପରିମାଣରେ ବିଭିନ୍ନ ରୋଗ ପାଇଁ ଉପଚାର କରାଯାଇଥାଏ l ଅପରାଜିତା ଦୁଇ ପ୍ରକାରର ଦେଖିବାକୁ ମିଳେ ଗୋଟିଏ ହେଉଛି ଧଳା ଓ ଅନ୍ୟଟି ହେଉଛି ନୀଳ l ଅପରାଜିତା ଫୁଲରେ ହେଉଥିବା ରୋଗର ଉପଚାର ବିଷୟରେ ଆସନ୍ତୁ ଜାଣିବା l

* ମୁଣ୍ଡବିନ୍ଧା ହେଉଥିଲେ ଅପରାଜିତାର ବ୍ୟବହାର କରାଯାଇଥାଏ ,ଏହାକୁ ଗୋଟିଏ ଯନ୍ତ୍ରଣା ନାଶକ ଔଷଧ ବୋଲି କୁହାଯାଏ l ଜେୟତେବେଳେ ମୁଣ୍ଡବିନ୍ଧା ହେଉଛି ସେତେବେଳେ କଞ୍ଚା ଅପରାଜିତା ମଞ୍ଜିକୁ ରସକରୀ ଖାଲି ପେଟରେ ସକାଳୁ ସେବନ କରିବା ଦ୍ୱାରା ଲାଭ ମିଳିଥାଏ l

* ଆଜିକାଲି ଅବସାଦ ଗ୍ରସ୍ତ ହେବ ଗୋଟିଏ ସାଧାରଣ ଜିନିଷ l କିନ୍ତୁ ଧ୍ୟାନରେ ରଖନ୍ତୁ ଯେ ଅପରାଜିତାର ଅବସାଦ ଦୂର କରିବାର ଗୁଣ ରହିଛି l ଅବସାଦ ଗ୍ରସ୍ତ ବ୍ୟକ୍ତିକୁ ଅପରାଜିତା ଫୁଲକୁ ବାଟି ମୁଣ୍ଡରେ ଲେପ ଦିଆଗଲେ ଅବସାଦ ଦୂର ହୋଇଥାଏ l

* ମଧୁମେହ ରୋଗରେ ଅପରାଜିତା ରକ୍ତ ସର୍କରାକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ l ମଧୁମେହ ରୋଗୀ ମାନଙ୍କୁ ସକାଳ ଓ ରାତ୍ରିର ଭୋଜନ ପରେ ଅପରାଜିତା ଫୁଲରେ ଚାହା ପ୍ରସ୍ତୁତ କରି ପିଇବାକୁ ଦେବା ଦ୍ୱାରା ସେମାନଙ୍କର ରକ୍ତ ସର୍କରା ନିୟନ୍ତ୍ରିତ ରହିଥାଏ l

* କିଡ୍ନୀ ଷ୍ଟୋନରେ ଯଦି ଆପଣ ଯନ୍ତ୍ରଣା ପାଉଛନ୍ତି ତେବେ ୫ ଗ୍ରାମ ଅପରାଜିତା ଚେରକୁ ଚାଉଳ ପାଣିରେ ବାଟି ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ସକାଳେ ଓ ସନ୍ଧ୍ୟା ସମୟରେ ପିଇବା ଦ୍ୱାରା କିଡ୍ନୀ ଷ୍ଟୋନ ରୋଗରୁ ଆରମ୍ଭ ମିଳିଥାଏ l

* ଜଣ୍ଡିସ ରୋଗରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିକୁ ଭଜା ହୋଇଥିବା ଅପରାଜିତା ମଞ୍ଜି ଅଧଗ୍ରାମ ଗୁଣ୍ଡ କରି ଦିନକୁ ଦୁଇଥର ସେବନ କରିବାକୁ ମହୁ ସହିତ ଦିଅନ୍ତୁ ଏହା ଦ୍ୱାରା ଜଣ୍ଡିସରୁ ଆରମ୍ଭ ମିଳିବ l ତା ସହିତ ଅପରାଜିତା ଛେରା ୬ ଗ୍ରାମ ନେଇ ଗୁଣ୍ଡ କରନ୍ତୁ ତାହାକୁ ଦହି ସହିତ ମିଶାଇ ଜଣ୍ଡିସ ରୋଗୀକୁ ଖାଇବାକୁ ଦିଅନ୍ତୁ ,ଜଣ୍ଡିସ ରୋଗ ଦୂର ହେବ l

Show More

Related Articles

Back to top button