ଜୀବନଚର୍ଯ୍ୟା

ସଫଳତାର ପୁଞ୍ଜି : ଦୀର୍ଘସ୍ଥାୟୀ ବନ୍ଧୁତାର ସୂତ୍ର ଏହି ୩ଟି ମନ୍ତ୍ର

ଆମ ହିନ୍ଦୁ ଶାସ୍ତ୍ର ଅନୁସାରେ ବନ୍ଧୁତାକୁ ସର୍ବାଗ୍ରେ ସମାନନୀୟ ,କାରଣ ଜୀବନରେ ଗୋଟିଏ ଭଲ ବନ୍ଧୁ ମିଳିବା ନିହାତି ଆବଶ୍ୟକ l ସମଗ୍ର ସଂସାରକୁ ଗୀତାର ଜ୍ଞାନ ଦେଇଥିବା ଶ୍ରୀକୃଷ୍ଣ ମଧ୍ୟ ବ୍ରହ୍ମାଣ୍ଡରେ ଗୋଟିଏ ସଖାକୁ ଲୋଡିଥିଲେ l ଯାହା ଆଜି ମଧ୍ୟ ବିଶ୍ୱରେ ଚିର ସ୍ମରଣୀୟ

ବିଦ୍ୱାନ ମାନଙ୍କ ମତରେ ମିତ୍ରତା ସର୍ବଦା ଭାବି ଚିନ୍ତି କରିବା ଆବଶ୍ୟକ l ଜ୍ଞାନୀ ମାନଙ୍କ ମତରେ ଯିଏ ଆପଣଙ୍କ ଅସୁବିଧା ସମୟରେ ଠିଆ ହୋଇଥାଏ ସେ ହିଁ ପ୍ରକୃତ ବନ୍ଧୁ l

* ମିତ୍ରତାରେ ଆଦର ସମ୍ମାନର ଧ୍ୟାନ ରଖିବା ଆବଶ୍ୟକ – ବିଦ୍ୱାନମାନେ କହିଛନ୍ତି ଯେ ପ୍ରତେକ ସମ୍ପର୍କର ଗୋଟିଏ ମର୍ଯ୍ୟାଦା ରହିଥାଏ l ଏହି ମର୍ଯ୍ୟାଦାକୁ କେବେବି ଉଲଂଘନ କରିବା ଉଚିତନୂହେଁ l ମିତ୍ରତାରେ ଜଣେ ଆଉଜଣଙ୍କର ଆଦର ସମ୍ମାନ କରିବା ନିହାତି ଆବଶ୍ୟକ l

 

Group of people fist bump assemble together

* ମନରେ କୌଣସି ଲୋଭ ରଖି ଆଦୌ ମିତ୍ରତା କରିବା ଉଚିତ ନୁହେଁ – ମିତ୍ରତାରେ କେବେବି କୌଣସି ପାଇବାର ଆଶା ରଖି କରିବା ଉଚିତ ନୂହେଁ l ଏହିଭଳି ମିତ୍ରତା ଦୀର୍ଘ ସମୟ ଧରି ରହି ନଥାଏ l ଯେପରିକି ସ୍ୱାର୍ଥ ସରିଗଲେ ବନ୍ଧୁତା ମଧ୍ୟ ସରି ଯାଇଥାଏ l ଏହିଭଳି ବନ୍ଧୁତା ଯଦି କେହି ରଖୁଛି ତେବେ ଜୀବନରେ ସେ ଅଧିକ ଦୁଃଖ ଭୋଗ କରିଥାଏ l ତେଣୁ ବନ୍ଧୁତା ସବୁବେଳେ ଭାବି ଚିନ୍ତି କରିବା ଆବଶ୍ୟକ l

* ପ୍ରକୃତ ବନ୍ଧୁ ଉଚିତ ଉପଦେଶ ଦେଇଥାଏ – ପ୍ରକୃତ ବନ୍ଧୁ ସେହିଁ ହୋଇଥାଏ ଯିଏ ସବୁବେଳେ ଠିକ ରାସ୍ତା ଦେଖାଇଥାଏ ,ଭୁଲ କାମ କରିବାରୁ ନିବୃତ ରଖେ ଓ ଭଲ ବାଟ ଦେଖାଇଥାଏ l ଏହିଭଳି ମିତ୍ର ଜୀବନରେ ସଫଳତାକୁ ଅନୁଭବ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ l

Show More

Related Articles

Back to top button