Breaking PLUSଦେଶମୁଖ୍ୟ ଖବର

ରାଜକୀୟ ସମ୍ମାନ ସହ ହେବ ମନୋହର ଯୋଶୀଙ୍କ ଅନ୍ତିମ ସଂସ୍କାର

ମୁମ୍ବାଇ, 23 ଫେବୃଆରୀ – ସମଗ୍ର ମହାରାଷ୍ଟ୍ର ଓ ରାଜନୈତିକ ସର୍କଲରେ ‘ଯୋଶୀ ସାର’ ନାମରେ ପ୍ରସିଦ୍ଧ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ଲୋକସଭା ଅଧ୍ୟକ୍ଷ ମନୋହର ଯୋଶୀଙ୍କର ଭୋର ପ୍ରାୟ 3ଟା ବେଳେ ମାହିମ ସ୍ଥିତ ହିନ୍ଦୁଜା ହସ୍ପିଟାଲରେ ବିୟୋଗ ହୋଇଛି । ଗୁରୁବାର ସନ୍ଧ୍ୟାରେ ହାର୍ଟଆଟାକ୍ କାରଣରୁ ତାଙ୍କୁ ଏଠାରେ ଭର୍ତ୍ତି କରାଯାଇଥିଲା । ଆଜି ସନ୍ଧ୍ୟାରେ ରାଜକୀୟ ସମ୍ମାନ ସହ ତାଙ୍କର ଅନ୍ତିମ ସଂସ୍କାର କରାଯିବ ।
ଗତବର୍ଷ ମେ ମାସରେ ତାଙ୍କୁ ସ୍ୱାସ୍ଥ୍ୟଗତ କାରଣରୁ ଏହି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିଛି ଦିନ ପରେ ତାଙ୍କର ବ୍ରେନ ଟ୍ୟୁମର ହୋଇଥିବା ଜଣାପଡିଥିଲା । ସେହି ସମୟରେ ସେ ରୋଗକୁ ମାତ ଦେଇଥିଲେ ।
ଯୋଶୀଙ୍କ ପାର୍ଥିବ ଶରୀର ତାଙ୍କ ବାସଭବନରେ ରଖାଯିବ, ଏହାପରେ ଶିବାଜୀ ପାର୍କ ସ୍ଥିତ ଶ୍ମଶାନ ଘାଟରେ ରାଜକୀୟ ସମ୍ମାନ ସହ ଅନ୍ତିମ ସଂସ୍କାର କରାଯିବ ।
1937 ମସିହାରେ ଡିସେମ୍ବର 2ରେ ତାଙ୍କର ଜନ୍ମ ରାୟଗଡ ଜିଲ୍ଲାର ନନ୍ଦଭି ଗାଁରେ ଏକ ମଧ୍ୟବିତ୍ତ ପରିବାରରେ ହୋଇଥିଲା । ସେ ମୁମ୍ବାଇରେ ଶିକ୍ଷା ଗ୍ରହଣ କରିଥିଲେ । ପାଠ ପଢା ଶେଷ ପରେ ମୁମ୍ବାଇ ନଗର ନିଗମରେ କିଛିଦିନ ଚାକିରି କରିଥିଲେ । ଏହାପରେ ସେ ବାଲାସାହେବ ଠାକେରଙ୍କ ନେତୃତ୍ୱରେ ଶିବସେନା ସହିତ ଯୋଡି ହୋଇଥିଲେ । ଠାକେରଙ୍କର ସେ ନିକଟତମ ଥିଲେ ।
ସେ 1976ରୁ 1977 ଯାଏ ମୁମ୍ବାଇର ମେୟର ଥିଲେ । ଶିବସେନା ନେତା ମନୋହର ଯୋଶୀ ଚାରିବର୍ଷ (1995-1999) ଯାଏ ମୁଖ୍ୟମନ୍ତ୍ରୀ ଥିଲେ । ଦଳ ବିଜେପି ସହିତ ମେଣ୍ଟର କରି ପ୍ରଥମ ଥର ମହାରାଷ୍ଟ୍ରରେ କ୍ଷମତା ହାସଲ କରିଥିଲେ । ଅଟଳ ବିହାରୀ ବାଜପେୟୀଙ୍କ ସରକାର ସମୟରେ ସେ ଲୋକସଭା ଅଧ୍ୟକ୍ଷ ଭାବେ କାମ କରିଥିଲେ ।

Show More

Related Articles

Back to top button