Breaking PLUSଦେଶ ବିଦେଶମୁଖ୍ୟ ଖବର

ମନିଲାରେ ଭୂକମ୍ପର ଝଟକା, ରିକ୍ଟର ସ୍କେଲରେ ତୀବ୍ରତା 5.2

ମନିଲା- ଫିଲିପାଇନ୍ସର ରାଜଧାନୀ ମନିଲାରେ ଶୁକ୍ରବାର ଦିନ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 5.2 ରହିଛି । ବିଭିନ୍ନ ଗଣମାଧ୍ୟମର ସୂଚନା ମୁତାବକ ଭୂକମ୍ପ ଯୋଗୁ ବହୁ ବହୁ ଅଟ୍ଟାଳିକା ଦୋହଲିଯାଇଛି । ତେବେ ଏହା ପରେ ଆହୁରି ଭୂକମ୍ପ ଝଟକା ଅନୁଭୂତ ହୋଇପାରେ ବୋଲି ସ୍ଥାନୀୟ ଅଧିକାରୀ ସତର୍କ କରାଇଛନ୍ତି । ୟୁଏସ ଭୂବୈଜ୍ଞାନିକ ସର୍ବେକ୍ଷଣ ପକ୍ଷରୁ କୁହାଯାଇଛି ଯେ, ଭୂକମ୍ପ ସ୍ଥାନୀୟ ସମୟ ସକାଳ 8.24ରେ ଅନୁଭୂତ ହୋଇଛି । ଭୂକମ୍ପ ଯୋଗୁ ଲୋକେ ବାହାରକୁ ପଳାଇଆସିଥିବାର ଦେଖିବାକୁ ମିଳିଥିଲା ।
ରିପୋର୍ଟସ ମୁତାବକ ମଙ୍ଗଳବାର ସନ୍ଧ୍ୟାରେ ମନୀଲାରେ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା 6.3 ରହିଥିଲା ।

Show More

Related Articles

Back to top button