ଅପରାଧଓଡ଼ିଶାମୁଖ୍ୟ ଖବର

ମାନସଙ୍କୁ ବାଉଁଶ ଫାଳିଆ ଓ କାଠରେ ପିଟିପିଟି ହତ୍ୟା

ଭୁବନେଶ୍ୱର ଦୟାଲ ଆଶ୍ରମରୁ ୩ଟି ବାଉଁଶ ଫାଳିଆ ଏବଂ ଗୋଟିଏ କାଠ ଫାଳିଆ ଜବତ

ଭୁବନେଶ୍ୱର: ଦିନକୁ ଦିନ ମାନସ ସ୍ୱାଇଁ ହତ୍ୟା ମାମଲାର ନୂଆ ନୂଆ ଗୁମର ସାମ୍ନାକୁ ଆସୁଛି । ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ସହ ଅନ୍ୟ ୪ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଖୋଳତାଡ ଜାରି ରଖିଛି କ୍ରାଇମବ୍ରାଞ୍ଚ ଟିମ୍ । ଏହାରି ମଧ୍ୟରେ ହତ୍ୟାକାଣ୍ଡକୁ ନେଇ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟା ସାମ୍ନାକୁ ଆସିଛି ।

କ୍ରାଇମବ୍ରାଞ୍ଚ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ , ମାନସଙ୍କୁ ହତ୍ୟା କରିବା ପାଇଁ ବାଉଁଶ ଫାଳିଆ ଓ କାଠର ବ୍ୟବହାର କରିଥିଲେ ଅଭିଯୁକ୍ତ । ଏହାରି ସାହାର୍ଯ୍ୟରେ ପିଟିପିଟି କରିଥିଲେ ହତ୍ୟା । ଭୁବନେଶ୍ୱର ଦୟାଲ ଆଶ୍ରମରୁ ୩ଟି ବାଉଁଶ ଫାଳିଆ ଏବଂ ଗୋଟିଏ କାଠ ଫାଳିଆ ଜବତ କରିଥିଲା କ୍ରାଇମବ୍ରାଞ୍ଚ । ଏହି ସମସ୍ତ ସୂଚନା କେୟାର ଟେକର ଦେଇଥିଲେ । ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କ ଚାପରେ କେୟାର ଟେକର ଏହାକୁ ଫିଙ୍ଗି ଦେଇଥିଲା । ତବେ ଜବତ ହୋଇଥିବା ସେହି୪ ବାଉଁଶ ଓ କାଠ ଫାଳିଆକୁ ପରୀକ୍ଷା ପାଇଁ ଏସସିବିର ଏଫଏମଟିକୁ ପଠାଯାଇଥିଲା । ପରୀକ୍ଷା ପରେ ଏଥିରେ ମରାଯାଇଥିବା ନେଇ ସ୍ପଷ୍ଟ କରିଛନ୍ତି କଟକ ଏସସିବି ମେଡିକାଲର ଏଫଏମଟି ବିଭାଗ ପ୍ରଫେସର କହିଛନ୍ତି ।

 

Show More

Related Articles

Back to top button