Breaking PLUSଦେଶ ବିଦେଶମୁଖ୍ୟ ଖବର

କଳି ଯୁଗର ଶ୍ରବଣ କୁମାର ; ଟିକା ପାଇଁ ବାପାଙ୍କୁ ପିଠିରେ ନେଲା ପୁଅ

ତ୍ରେତୟା ଯୁଗରେ ଶ୍ରବଣ କୁମାରଙ୍କ ବିଷୟରେ ତ ଆପଣ ନିଶ୍ଚିତ ଜାଣିଥିବେ। ନିଜର ଦୃଷ୍ଟିହୀନ ପିତା ମାତାଙ୍କର ସେ ନେଉଥିଲେ ଯତ୍ନ। ବାପା ମା'ଙ୍କ ସେବାରେ ନିଜର ଜୀବନକୁ ସମର୍ପଣ କରିଦେଇଥିଲେ ସେ। ସେଥିପାଇଁ ତ ଜଣେ ସୁପୁତ୍ରର ଉଦାହରଣ ଶ୍ରବଣ କୁମାର।

ନୂଆଦିଲ୍ଲୀ : ତ୍ରେତୟା ଯୁଗରେ ଶ୍ରବଣ କୁମାରଙ୍କ ବିଷୟରେ ତ ଆପଣ ନିଶ୍ଚିତ ଜାଣିଥିବେ। ନିଜର ଦୃଷ୍ଟିହୀନ ପିତା ମାତାଙ୍କର ସେ ନେଉଥିଲେ ଯତ୍ନ। ବାପା ମା’ଙ୍କ ସେବାରେ ନିଜର ଜୀବନକୁ ସମର୍ପଣ କରିଦେଇଥିଲେ ସେ। ସେଥିପାଇଁ ତ ଜଣେ ସୁପୁତ୍ରର ଉଦାହରଣ ଶ୍ରବଣ କୁମାର। ହେଲେ ଆଜି ଆମେ ଏମିତି ଆଉ ଜଣେ ଯୁବକଙ୍କ କଥା କହିବୁ ଯାହାକୁ ଶ୍ରବଣ କୁମାରଙ୍କ ସହିତ ତୁଳନା କଲେ କିଛି ଭୁଲ୍ ହେବ ନାହିଁ। ଆପଣ ଜାଣିଛନ୍ତି ବର୍ତ୍ତମାନ କୋଭିଡ -୧୯ ବିଶ୍ଵରେ କାୟା ବିସ୍ତାର କରିବାକୁ ଲାଗିଛି । ଯାହାପାଇଁ ଟିକାକରଣ ପ୍ରକ୍ରିୟା ମଧ୍ୟ ଦ୍ରୁତ ଗତିରେ ଚାଲିଛି । ଏମିତିକି ବିଶ୍ୱର ପ୍ରାୟ ସବୁ ସ୍ଥାନରେ ଏହି ଟିକା କାରଣ କରାଯାଉଛି । ହେଲେ କିଛି ସ୍ଥାନ ଏମିତି ଅଛି ଯେଉଁଠି ସରକାରୀ ସୁବିଧା ପହଂଚିଥିଲେ ମଧ୍ୟ ତାହା ଅପହଞ୍ଚ ଭଳି। ଠିକ୍ ସେମିତି କିଛି ଘଟଣା ଘଟିଛି ବ୍ରାଜିଲର ଆମାଜନଠାରେ । ପୁଣି ଏହି ଘଟଣା ପ୍ରମାଣ କରିଦେଇଛି ଯେ ଏହି କଳି ଯୁଗରେ ମଧ୍ୟ ଶ୍ରବଣ କୁମାର ଅଛନ୍ତି ବୋଲି।

ବ୍ରାଜିଲର ଆମାଜନଠାରେ ଜଣେ ଆଦିବାସୀ ବ୍ୟକ୍ତି ତାଙ୍କ ପିତାଙ୍କୁ କରୋନା ଟିକା ଦେବାକୁ ପ୍ରାୟ ଛଅ ଘଣ୍ଟା ଧରି ନିଜ ପିଠିରେ ବସାଇ ଟିକାକରଣ କେନ୍ଦ୍ରକୁ ନେଇଯାଉଥିବାର ଫଟୋ ଏବେ ସୋସିଆଲ ମିଡିଆରେ ଅଧିକ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖି ଲୋକେ କହୁଛନ୍ତି ଏ ହେଉଛନ୍ତି ଆଧୁନିକ ଯୁଗର ଶ୍ରବଣ କୁମାର । ତେବେ ଫଟୋରେ ଦେଖିବାକୁ ମିଳିଛି ଯେ ୨୪ ବର୍ଷୀୟ ଯୁବକ ତାୱି ନିଜର ୬୭ ବର୍ଷିୟ ପିତାଙ୍କୁ ପିଠିରେ ବସାଇ ଟିକାକରଣ କେନ୍ଦ୍ରକୁ ନେଇ ଯାଉଛନ୍ତି । ତାୱିଙ୍କ ପିତାଙ୍କ ନାମ ୱାହୁ । ପୁଣି ପିଠିରେ ଘଣ୍ଟେ କିଂମା ଅଧଘଣ୍ଟା ପାଇଁ ନୁହେଁ, ତାୱି ଏଭଳି ଭାବେ ପ୍ରାୟ ୬ ଘଣ୍ଟା ନିଜ ପିତାଙ୍କୁ ପିଠିରେ ବସାଇ ଚାଲି ଚାଲି ଟିକାକରଣ କେନ୍ଦ୍ରରେ ପହଞ୍ଚିଥିଲେ। ଖାଲି ସେତିକି ନୁହେଁ ସେ ନିଜ ଘରକୁ ଫେରିବା ସମୟରେ ମଧ୍ୟ ନିଜ ବାପାଙ୍କୁ ପିଠିରେ ବସାଇ ପୁଣି ୬ ଘଣ୍ଟା କାଳ ଚାଲି ଚାଲି ଫେରିଥିଲେ । ତେବେ ଟିକାକରଣ କେନ୍ଦ୍ରରେ ପହଁଚିବା ପରେ ଡାକ୍ତର ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ତାୱିଙ୍କର ନିଜ ବାପାଙ୍କ ପ୍ରତି ଭଲପାଇବା ଦେଖି । ପୁଣି ଏହି ଫଟୋ ଉଠାଇଥିବା ଡାକ୍ତର ଏରିକ ଜେନିଙ୍ଗ୍ସ ସିମୋସ କହିଛନ୍ତି ଯେ , ତାୱିଙ୍କ ପିତାଙ୍କ ଆଖିକୁ ପ୍ରାୟତଃ କିଛି ଦେଖାଯାଉ ନାହିଁ । ଏହାସହ ସେ ଅନ୍ୟାନ୍ୟ ରୋଗରେ ପୀଡିତ, ଯେଉଁ କାରଣରୁ ସେ ଚଲାବୁଲା ବି କରିପାରୁ ନାହାଁନ୍ତି । ସେଥିପାଇଁ ତାୱି ତାଙ୍କ ବାପାଙ୍କୁ କାନ୍ଧରେ ବସାଇ ଟିକା ଦେବାକୁ ଆଣିଥିଲେ। ଏହା ପୁତ୍ର ଓ ପିତାଙ୍କ ଭିତରେ ଥିବା ଗଭୀର ସଂପର୍କର ଏକ ଉଦାହରଣ । ତେବେ ତାୱି ଏବଂ ୱାହୁ ଜୋ’ର ଆଦିବାସୀ ସମ୍ପ୍ରଦାୟର ଅଟନ୍ତି |

Show More

Related Articles

Back to top button