Breaking PLUSଓଡ଼ିଶାମୁଖ୍ୟ ଖବର

ଆଜି ମମିତାଙ୍କ ଗାଁ ଝରଣୀକୁ ଯିବ ରାଜ୍ୟ କଂଗ୍ରେସ ଟିମ୍

ମହାଲିଙ୍ଗ ସନସାଇନ୍ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟା ମାମଲାରେ ତେଜିଛି ରାଜନୀତି । ଆଜି ବଲାଙ୍ଗିର ଜିଲ୍ଲାର ଝରଣୀ ଗାଁକୁ ଯିବ ରାଜ୍ୟ କଂଗ୍ରେସ ଟିମ୍ । ଆଜି ଓଡ଼ିଶା ଆସୁଛନ୍ତି ପିସିସି ରାଷ୍ଟ୍ରୀୟ ସମ୍ପାଦକ ରଣଦୀପ ସୂର୍ୟ୍ୟେଓ୍ୱାଲା ଓ ପିସିସି ପ୍ରଭାରୀ ଚେଲ୍ଲା କୁମାର । ତାଙ୍କ ସହ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମମିତାଙ୍କ ଗାଁକୁ ଯିବେ । ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇବ କଂଗ୍ରେସ ଟିମ୍ ।

ମମିତା ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରୁଛି କଂଗ୍ରେସ । ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷୋଭ କରାଯାଉଛି । ଘଟଣାର ସିବିଆଇ ତଦନ୍ତ ବି ଦାବି କରୁଛି କଂଗ୍ରେସ । ପ୍ରତିବାଦକୁ ଅଧିକ ତୀବ୍ର କରାଯିବ ବୋଲି କହିଛି ଦଳ । ଆଜି କଂଗ୍ରେସ ଟିମ୍ ମମିତାଙ୍କ ପରିବାର ଲୋକଙ୍କୁ ଭେଟିବା ପରେ ପ୍ରେସମିଟ୍ କରିବା କାର୍ଯ୍ୟକ୍ରମ ବି ରହିଛି ।

Show More

Related Articles

Back to top button