ଦେଶମୁଖ୍ୟ ଖବରରାଜନୀତି

ନେତାଜୀଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚନ ସମାରୋହରେ ନିମନ୍ତ୍ରଣ ପତ୍ରକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ମମତା

“ମୁଁ ଯେମିତି ତାଙ୍କ ଚାକର” କହି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ମମତା । ଆଜି ସନ୍ଧ୍ୟାରେ ଦିଲ୍ଲୀର କର୍ତ୍ତବ୍ୟ ପଥରେ ଆୟୋଜିତ ହେବାକୁ ଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚନ ସମାରୋହରେ ନିମନ୍ତ୍ରଣ ପତ୍ରକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀ ।

ପଶ୍ଚିମବଙ୍ଗରେ ଅନୁଷ୍ଠିତ ଏକ ରାଲିରେ ମମତା କହିଛନ୍ତି, ‘ଗତକାଲି ସଂଧାରେ ଜଣେ ଅଣ୍ଡର ସେକ୍ରେଟାରୀଙ୍କ ଚିଠି ଆସିଥଲା। ଏଥିରେ କୁହାଯାଇଥିଲା ଆସନ୍ତାକାଲି ସଂଧ୍ୟା ୭ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେତାଜୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ। ସଂଧ୍ୟା ୬ଟାରେ ଆପଣଙ୍କୁ ଏଠାରେ ଉପସ୍ଥିତ ରହିବାକୁ ପଡିବ। ସତେ ଯେପରି ମୁଁ ତାଙ୍କର ଚାକର। କିପରି ଜଣେ ଅଣ୍ଡର ସେକ୍ରେଟାରୀ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ପାରିବ ? ସଂସ୍କୃତି ମନ୍ତ୍ରୀ କାହିକିଁ ଏତେ ବଡ଼ ହୋଇଯାଉଛନ୍ତି?’ । ତେଣୁ ମୁଁ  ଏହିଠାରେ ଅପରାହ୍ଣରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ତାଙ୍କୁ ସମ୍ମାନ ଜଣାଇଛି ।

ସେହିପରି ୨୦୨୪ ଲୋକ ସଭା ନିର୍ବାଚନକୁ ନେଇ ମଧ୍ୟ ମମତା ଏକ ବଡ଼ ମନ୍ତବ୍ୟ ଦେଇ କହିଛନ୍ତି, ୨୦୨୪ରେ ଆମେ ପଶ୍ଚିମବଙ୍ଗରୁ ଏକ ଖେଳ ଆରମ୍ଭ କରିବୁ। ହେମନ୍ତ ସୋରେନ, ଅଖିଳେଶ ଯାଦବ, ନୀତୀଶ କୁମାର, ମୁଁ ଏବଂ ଅନ୍ୟ ସହଯୋଗୀମାନେ ଏକଜୁଟ ହେବୁ। ଆମେ ଏକଜୁଟ ହେଲେ ଭାଜପା ସରକାର ଗଠନ କରିପାରିବ ନାହିଁ ବୋଲି ମମତା କହିଛନ୍ତି।

Show More

Related Articles

Back to top button