ଦେଶ ବିଦେଶମୁଖ୍ୟ ଖବରରାଜନୀତି

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ସାମିଲ ହୋଇପାରନ୍ତି ମଲ୍ଲିକାର୍ଜୁନ ଖାଡଗେ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ଆଜି ହେଉଛି ନାମାଙ୍କନର ଶେଷ ତାରିଖ। ଶେଷ ଦିନରେ ହିଁ ଶଶି ଥରୁର ଓ ଦିଗବିଜୟ ସିଂହ ନାମାଙ୍କନ ଦାଖଲ କରିବେ। ଅଶୋକ ଗେହଲଟ ଅଧ୍ୟକ୍ଷ ରେସ୍‌ରୁ ଓହରି ଯିବାରୁ ଅନ୍ୟତମ ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖାଡଗେ ନାମାଙ୍କନ ଦାଖଲ କରିବେ ବୋଲି କୁହାଯାଉଛି। ଖାଡଗେଙ୍କ ନାମାଙ୍କନ ଦାଖଲ ଉପରେ ଶେଷ ନିଷ୍ପତ୍ତି ସୋନିଆ ଗାନ୍ଧି ଆଜି ହିଁ ନେବେ। ତାଙ୍କ ଠାରୁ ଗ୍ରୀନ ସିଗ୍ନାଲ ମିଳିଲେ ଖାଡଗେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ଆଜି ନାମାଙ୍କନ ଦାଖଲ କରିବେ। ଖାଡଗେ ବର୍ତ୍ତମାନ ରାଜ୍ୟସଭାରେ ବିରୋଧୀ ଦଳ ନେତା ଭାବେ କାମ କରୁଛନ୍ତି। ସେ ୮ଥରର ବିଧାୟକ ଓ ୨ ଥରର ଲୋକସଭା ସାଂସଦ। ସେ ରାଜ୍ୟସଭା ସାଂସଦ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ଜଣେ ଦଳିତ ନେତା ଭାବେ ଜଣାଶୁଣା ଖାଡଗେ କର୍ଣ୍ଣାଟକାର ପିସିସି ସଭାପତି, ପୂର୍ବତନ ଗୃହମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଭାବେ କାମ କରିବାର ଅଭିଜ୍ଞତା ତାଙ୍କର ଅଛି। ଏଥିସହ ସେ ଗାନ୍ଧି ପରିବାରର ଅତ୍ୟନ୍ତ ବିଶ୍ୱସ୍ତ। ଗେହଲଟ ରାଜସ୍ଥାନର ବିବାଦୀୟ ପରିସ୍ଥିତି ଯୋଗୁଁ ଅଧ୍ୟକ୍ଷ ରେସ୍‌ରୁ ବାଦ ପଡ଼ିଛନ୍ତି। ସେ ଗାନ୍ଧି ପରିବାରର ବିଶ୍ୱସ୍ତ ଭାବେ ଜଣାଶୁଣା ଥିଲେ। ସେ ବାଦ ପଡ଼ିଥିବାରୁ ଗାନ୍ଧି ପରିବାରର ଅନ୍ୟତମ ବିଶ୍ୱସ୍ତ ଖାଡଗେଙ୍କୁ ଅଧ୍ୟକ୍ଷ କରାଯିବା ସପକ୍ଷରେ ବରିଷ୍ଠ ନେତା ଥିବା କୁହାଯାଉଛି। ଏମାନଙ୍କ ବ୍ୟତୀତ ମୁକୁଲ ୱାସନିକ ଓ କୁମାର ସେଲଜାଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି। ଜି-୨୩ ନେତା ଭାବେ ପରିଚିତ ପୃଥ୍ୱୀରାଜ ଚୌହାନ, ମନୀଷ ତିୱାରୀ, ଭୂପିନ୍ଦର ସିଂହ ହୁଡ୍ଡା ମଧ୍ୟ ନାମାଙ୍କନ ଦାଖଲ କରିପାରନ୍ତି। ଏମାନେ ନାମାଙ୍କନ ତାରିଖ ଶେଷ ହେବାର ଦିନକ ପୂର୍ବରୁ ଆନନ୍ଦ ଶର୍ମାଙ୍କ ଘରେ ବୈଠକ କରିଥିଲେ। ସେମାନେ ସମସ୍ତେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନକୁ ନେଇ ଚାଲିଥିବା ଟଣାଓଟରା ସ୍ଥିତି ଉପରେ ଆଲୋଚନା କରିଥିବା ସୂଚନାମିଳିଛି।

Show More

Related Articles

Back to top button