ଅପରାଧଆଇନ କାନୁନଦୁର୍ଘଟଣାଦେଶମୁଖ୍ୟ ଖବର

ରାସ୍ତାରୁ ଜଣେ ପରିବା ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର

କରଞ୍ଜିଆ : ମୟୂରଭଞ୍ଜ ଜିଲ୍ଲା ମହୁଲଡ଼ିହା ଥାନା ଅନ୍ତର୍ଗତ ସାତକୋଶିଆ ଗ୍ରାମ ପଞ୍ଚାୟତ ପ୍ରଧାନ ସାହି ଗ୍ରାମ ରାସ୍ତାରୁ ଜଣେ ପରିବା ବ୍ୟବସାୟୀଙ୍କର ରକ୍ତ ଜୁଡ଼ୁବୁଡୁ ମୃତଦେହ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ପ୍ରଧାନ ସାହି ଗାଁର ବାଘ ମହାନ୍ତି। ପରିବା ବ୍ୟବସାୟୀଙ୍କ ମୃତଦେହ ପାଖରେ ହତ୍ୟାକାଣ୍ଡରେ ବ୍ୟବହୃତ ଗୋଟିଏ ରକ୍ତ ଜୁଡୁବୁଡୁ ଛୁରୀ ପଡିଛି। ଏଥିସହିତ ସେ ବ୍ୟବହାର କରୁଥିବା ମୋଟର ସାଇକେଲ ଓ ପରିବା ବିକ୍ରିର କିଲ ଦଣ୍ଡି ମଧ୍ୟ ସେଠାରେ ପଡ଼ିଛି। ଗତକାଲି ବାଘ ସାତକୋଶିଆ ସାପ୍ତାହିକ ହାଟକୁ ପରିବା ବିକ୍ରି କରିବାକୁ ଯାଇଥିଲେ। ରାତିରେ ପରିବା ବିକ୍ରି କରି ଘରକୁ ଫେରୁଥିବା ସମୟରେ ତାଙ୍କୁ କେହି ଦୁର୍ବୃତ୍ତ ଛୁରୀ ଭୁସି ହତ୍ୟା କରିଥିବା ସୂଚନାମିଳିଛି। ଆଜି ସକାଳେ ରାସ୍ତା କଡ଼ରେ ତାଙ୍କ ମୃତଦେହ ରକ୍ତ ଜୁଡ଼ୁବୁଡୁ ଅବସ୍ଥାରେ ପଡ଼ିଥିବା ସ୍ଥାନୀୟ ଲୋକ ଦେଖିଥିଲେ। ଏନେଇ ପରିବାର ଲୋକଙ୍କ ସହ ପୁଲିସକୁ ଖବର ଦେଖିଥିଲେ। ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି। ବ୍ୟବସାୟୀଙ୍କୁ କିଏ ଓ କାହିଁକି ହତ୍ୟା କଲା ତାର କାରଣ ଜଣାପଡ଼ି ନାହିଁ।

Show More

Related Articles

Back to top button