ଓଡ଼ିଶାଦେଶମୁଖ୍ୟ ଖବରରାଜନୀତିସ୍ୱତନ୍ତ୍ର

ଓଡ଼ିଶା ଗସ୍ତରେ ଆସିଛନ୍ତି ମଲିକାର୍ଜୁନ ଖଡଗେ

ଓଡ଼ିଶା ଗସ୍ତରେ ଆସିଛନ୍ତି କଂଗ୍ରେସର ବରିଷ୍ଠ ନେତା ମଲିକାର୍ଜୁନ ଖଡଗେ । ନିର୍ବାଚନ ପ୍ରଚାର ଉଦ୍ଦେଶ୍ୟରେ ଓଡିଶା ଗସ୍ତରେ ଆସିଥିବା ଖାଡଗେ କହିଛନ୍ତି ଦଳର ବରିଷ୍ଠ ନେତାଙ୍କୁ ଭେଟି ନିଜ ସପକ୍ଷରେ ସମର୍ଥନ ଗୋଟାଇବେ । ଗାନ୍ଧୀ ପରିବାରରୁ କେହି ନିର୍ବାଚନ ଲଢିବେ ନାହିଁ ବୋଲି ନିଷ୍ପତ୍ତି ହେବା ପରେ ସେ ରାଜ୍ୟସଭା ବିରୋଧୀ ଦଳ ନେତା ପଦରୁ ଇସ୍ତଫା ଦେଇ ସଭାପତି ଲାଗି ନିର୍ବାଚନ ଲଢୁଛନ୍ତି ।

ସେହିପରି ସାମ୍ବାଦିକ ସମ୍ମିଳନୀ ଜରିଆରେ ଖଡ଼ଗେ କହିଛନ୍ତି, ଇସ୍ତାହାର ଯାହା ମୋର ଇସ୍ତାହାର ତାହା । ଉଦୟପୁର ସମ୍ମିଳନୀ ଘୋଷଣାନାମାକୁ ସେ ଗୁରୁତ୍ୱ ଦେବେ । ଏନେଇ ଏଆଇସିସି ସଭାପତି ପ୍ରାର୍ଥୀ ମଲ୍ଲିକାର୍ଜୁନ ଖାଡଗେ ସୂଚନା ଦେଇଛନ୍ତି ।

ଅନ୍ୟପଟେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି ଯେ, ଖାଡଗେଙ୍କୁ ଓଡ଼ିଶାରେ ସବୁ ଭୋଟ ଯିବ । ସେହିପରି ବରିଷ୍ଠ ନେତା ତାରା ପ୍ରସାଦ ବାହିନୀପତି କହିଛନ୍ତି ବ୍ଲକ ସଭାପତିରୁ ନିଜ କ୍ୟାରିୟର ଆରମ୍ଭ କରିଥିବା ଖାଡଗେଙ୍କୁ ହିଁ ଦଳର ୪୨୮ ସଦସ୍ୟ ଭୋଟ ଦେବେ ।

Show More

Related Articles

Back to top button