ଦେଶମୁଖ୍ୟ ଖବରସ୍ୱାସ୍ଥ୍ୟ

ଜୁମକୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଜାମ୍ମୁରେ ୨୯ ଆର୍ମି ଡଗ୍ ୟୁନିଟ

ଦେଶ ପାଇଁ ସହୀଦ ହୋଇଥିବା ଜୁମକୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଜାମ୍ମୁର ୨୯ ଆର୍ମି ଡଗ୍ ୟୁନିଟ । ସ୍ୱତନ୍ତ୍ର ତାଲିମପ୍ରାପ୍ତ କୁକୁରଙ୍କ ସହ ଯବାନମାନେ ଉପସ୍ଥିତ ରହି ଜୁମ୍ ଉଦ୍ଦେଶ୍ୟରେ ସ୍ମୃତି ତର୍ପଣ କରିଛନ୍ତି ।

ଆତଙ୍କବାଦୀଙ୍କ ଗୁଳିରେ ଗୁରୁତର ଆହତ ହୋଇଥିବା ଆର୍ମି କୁକୁର ‘ଜୁମ’ ଗୁରୁବାର ଦିନ ପ୍ରାୟ ୧୨ଟା ସମୟରେ ମୃତ୍ୟୁବରଣ କରିଛି। ସେନାର ୫୪ ଏଏଫ୍‌ଭିଏଚ୍‌ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିଲା।

ଅକ୍ଟୋବର ୧୦ ସକାଳେ ଜମ୍ମୁ କଶ୍ମୀରର ଅନନ୍ତନାଗରେ ‘ଜୁମ’ ସହାୟତାରେ ସୁରକ୍ଷା ବାହିନୀ ଦ୍ୱାରା ଦୁଇ ଆତଙ୍କବାଦୀ ନିହତ ହୋଇଥିଲେ। ଏହି ଏନକାଉଣ୍ଟର ସମୟରେ ଜୁମ ଶରୀରରେ ଦୁଇଟି ଗୁଳି ବାଜିଥିଲା। ଏହାସତ୍ତ୍ୱେ ସେ ଆତଙ୍କବାଦୀଙ୍କ ଯୋଜନାକୁ ପଣ୍ଡ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା। ‘ଜୁମ’ ଆହତ ହୋଇ ଶ୍ରୀନଗରର ସେନା ପ୍ରାଣୀ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲା।ଅଢେଇ ବର୍ଷୀୟ ‘ଜୁମ’ ଗତ ୧୦ ମାସ ହେବ ସେନା ସହିତ ଜଡିତ ଥିଲା। ‘ଜୁମ’ ବେଲଜିଆନ୍‌ ମାଲିନୋଇସ୍‌ ପ୍ରଜାତିର ଥିଲା। ଆତଙ୍କବାଦ ବିରୋଧୀ ଲଢେଇ ପାଇଁ ଜୁମକୁ ସ୍ୱତନ୍ତ୍ର ତାଲିମ ପ୍ରଦାନ କରାଯାଇଥିଲା ।

Show More

Related Articles

Back to top button