ସ୍ୱାସ୍ଥ୍ୟ

ଘରେ ତିଆରି କରନ୍ତୁ ପାଳଙ୍ଗ ସୁପ୍, ସ୍ୱାଦିଷ୍ଟ ଓ ସ୍ୱାସ୍ଥ୍ୟକର ମଧ୍ୟ

ଆମେ ପ୍ରତିଦିନ ଅନେକ ପ୍ରକାର ଖାଦ୍ୟ ସେବନ କରିଥାଉ। କିନ୍ତୁ ମନରେ ପ୍ରଶ୍ନ ଉଠେ, ଆମେ ଖାଉଥିବା ଖାଦ୍ୟ ସ୍ୱାଦିଷ୍ଟ ହେବା ସହ ସ୍ୱାସ୍ଥ୍ୟ ପାଇଁ ହିତକର ନା ହାନିକାରକ। ଲୋକଙ୍କ ମନରେ ଏମିତି ଅନେକ ପ୍ରଶ୍ନ ଘୁରି ବୁଲେ।

ଯଦି ଆପଣଙ୍କ ମନରେ ମଧ୍ୟ ଏହିଭଳି ପ୍ରଶ୍ନ ଉଠୁଛି ଏବଂ ଏମିତି କିଛି ଖାଇବାକୁ ଚାହୁଁଛନ୍ତି ଯାହା ସ୍ୱାଦିଷ୍ଟ ସହ ସ୍ୱାସ୍ଥ୍ୟକର ମଧ୍ୟ, ତାହେଲେ ପାଳଙ୍ଗ ସୁପ ସେବନ କରିପାରିବେ। ପାଳଙ୍ଗ ସୁପ୍ ସ୍ୱାଦିଷ୍ଟ ସହ ସ୍ୱାସ୍ଥ୍ୟକର ମଧ୍ୟ। ପାଳଙ୍ଗରେ କ୍ୟାଲସିୟମ, କ୍ଲୋରିନ, ଆୟରନ, ପ୍ରୋଟିନ, ସୋଡିୟମ, ଫସଫରସ, ଭିଟାମିନ-ଏ ଓ ସି ଭଳି ପୋଷାକ ତତ୍ତ୍ୱ ରହିଛି ଯାହା ଶରୀର ପାଇଁ ହିତକର।

ଏହି ଉପାୟରେ କରନ୍ତୁ –

ପାଳଙ୍ଗ ସୁପ୍ ତିଆରି ପାଇଁ ମଇଦା କିମ୍ବା କର୍ନ ଫ୍ଲୋର, କ୍ରିମ, ପାଳଙ୍ଗ, ପାଣି, ଲୁଣ, ବଟର, ପିଆଜ, ଗୋଲମରିଚ ଗୁଣ୍ଡ ଆବଶ୍ୟକ।

ପାଳଙ୍ଗ ଶାଗକୁ ସଫା କରି କିଛି ପାଣିରେ ତାକୁ ୭-୮ ମିନିଟ ଫୁଟାଇବେ। ପାଳଙ୍ଗ ଥଣ୍ଡା ହେବାପରେ ତାକୁ ଗ୍ରାଇଣ୍ଡ କରିଦେବେ। ଏକ ପ୍ୟାନରେ ବଟର ଗରମ କରି କଟା ପିଆଜ ପକାଇ ଭାଜିବେ। ପିଆଜ ଭଲ ଭାବେ ଭାଜି ହେବା ପରେ ଏଥିରେ ମଇଦା ପକାଇ ଭାଜିବେ। ମଇଦା ବଦଳରେ କର୍ନ ଫ୍ଲୋର ବି ବ୍ୟବହାର କରିପାରିବେ। କର୍ନ ଫ୍ଲୋରକୁ ପାଣିରେ ଗୋଳାଇ ପକାଇବେ। ତାପରେ ଏଥିରେ ବଟା ପାଳଙ୍ଗ, ଲୁଣ ପଳାଇ ଟିକେ ଘାଣ୍ଟିବେ। ୩-୪ ମିନିଟ ଫୁଟିବା ପରେ ଗୋଲମରିଚ ଗୁଣ୍ଡ ପକାଇ ଗ୍ୟାସ ବନ୍ଦ କରିଦେବେ। ଆପଣଙ୍କ ପାଳଙ୍ଗ ସୁପ୍ ପ୍ରସ୍ତୁତ। ଗରମା ଗରମ ସେବନ କରିବେ। ପରଷିବା ସମୟରେ କ୍ରିମ ପକାଇ ପାରିବେ।

Show More

Related Articles

Back to top button