ସୁସ୍ଥ ରହିବା ପାଇଁ ନିଜ ଜୀବନଚର୍ଯ୍ୟାରେ କରନ୍ତୁ ପରିବର୍ତ୍ତନ

ଶରୀରକୁ ସୁସ୍ଥ ରଖିବା ପାଇଁ କିଏବା ନଚାହେଁ । କିନ୍ତୁ ବର୍ତ୍ତମାନ ଖାଦ୍ୟରେ ଅନିୟମିତତା ଏବଂ ପରିବର୍ତ୍ତିତ ଜୀବନଶୈଳୀ ଯୋଗୁଁ ଅନେକ ରୋଗ ସୃଷ୍ଟି ହେଉଛି । ଆପଣ ଚାହିଁଲେ ସନ୍ତୁଳିତ ଭୋଜନ ଗ୍ରହଣ କରି ଶରୀରକୁ ସୁସ୍ଥ ରଖିପାରିବେ ।
ତେବେ କେତେଗୁଡିଏ ସହଜ ଓ ସରଳ ଉପାୟ ଅବଲମ୍ବନ କରି ଦୈନନ୍ଦିନ କାର୍ଯ୍ୟ ଭିତରେ ସୁସ୍ଥତା ଲାଭ କରିହେବ। ସେଗୁଡ଼ିକ ହେଉଛି…
– ଖାଦ୍ୟକୁ ଭଲ ଭାବେ ଚୋବାଇ ଖାଆନ୍ତୁ। ଏହାଦ୍ବାରା ପାଚନକ୍ରିୟା ଠିକ୍ ହୋଇଥାଏ ଏବଂ ଶରୀର ସୁସ୍ଥ ରହେ।
– ଦ୍ବିପ୍ରହର ଓ ରାତ୍ରି ସମୟରେ ଭୋଜନ କରିବା ପୂର୍ବରୁ ସାଲାଡ୍ ନିଶ୍ଚୟ ଖାଆନ୍ତୁ।
– ଅଟାରେ ଅଳ୍ପ ଚୋକଡ଼ ରଖି, ସେଥିରେ ରୁଟି ପ୍ରସ୍ତୁତ କରନ୍ତୁ।
– ରାତିରେ କମ୍ ପରିମାଣରେ ଖାଦ୍ୟ ଖାଆନ୍ତୁ।
– ଖାଦ୍ୟରେ ଲୁଣର ବ୍ୟବହାର କମ୍ କରନ୍ତୁ।
– ପନିପରିବାର ଚୋପାକୁ ସମ୍ପୂର୍ଣ୍ଣ ଛଡ଼ାନ୍ତୁ ନାହିଁ।
– ଫାଷ୍ଟଫୁଡ୍ରୁ ଦୂରେଇ ରହନ୍ତୁ।
– ସବୁଜ, ହଳଦିଆ, ଲାଲ୍ ରଙ୍ଗର ଫଳ ଓ ପନିପରିବା ଅଧିକ ଖାଆନ୍ତୁ।
– ଅଧିକ ଦିନ ଖାଦ୍ୟକୁ ଫ୍ରିଜ୍ରେ ରଖି ଖାଆନ୍ତୁ ନାହିଁ।
– ସକାଳେ ଓ ସନ୍ଧ୍ୟାରେ କିଛି ସମୟ ଭ୍ରମଣ ପାଇଁ ଯାଆନ୍ତୁ ଓ ନିୟମିତ ବ୍ୟାୟାମ ନିଶ୍ଚୟ କରନ୍ତୁ।