ମହାରାଷ୍ଟ୍ରରେ ୩ ମହଲା କୋଠା ଭୁଶୁଡ଼ି ୧୦ ମୃତ ୨୦ ଆହାତ, ଏନଡିଆରଏଫର ଉଦ୍ଧାର କାର୍ଯ୍ୟ ଜାରି
ମହାରାଷ୍ଟ୍ରରେ ତିନି ମହଲା କୋଠା ଭୁଶୁଡ଼ିବାରୁ ସୋମବାର ୧୦ ଜଣଙ୍କର ମୃତ୍ୟୁ ହୋଇଛି । ଭିୱଣ୍ଡିରେ ଏହି ଦୁର୍ଘଟଣା ଘଯିଛି । ପାଖାପାଖି ୨୦ ଜଣ ଲୋକଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଛି । ଘଟଣା ସଂପର୍କରେ ସୂଚନା ମିଳିବା ପରେ ଏନଡିଆରଏଫ ଟିମର ୨ଟି ଉଦ୍ଧାରକାରୀ ଟିମ ପହଂଚିଛନ୍ତି ।

#UPDATE Maharashtra: Death toll rises to 10 in the building collapse incident in Bhiwandi, Thane which took place earlier today.
Rescue operation by NDRF (National Disaster Response Force) still underway. pic.twitter.com/MXHBlJQWWg
— ANI (@ANI) September 21, 2020
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଏହି କୋଠା ଦୁର୍ବଳ ଅବସ୍ଥାରେ ଥିଲା । ସୋମବାର ଭୋର ସକାଳୁ ଏହି କୋଠା ଭୁଶୁଡ଼ିବା ପରେ ସ୍ଥାନୀୟ ଅଂଚଳରେ ଭୟ ସୃଷ୍ଟି ହୋଇଥିଲା । ମାଟି ତଳେ ଚାପି ହୋଇଯାଇଥିବା ୨୦ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଆହୁରି ଅନେକ ଲୋକ ଚାପି ହୋଇଥିବା ଆଶଙ୍କା କରାଯାଉଛି । ତେବେ ଉଦ୍ଧାର ହୋଇଥିବା ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରିପୋର୍ଟ ଲେଖାଯିବା ବେଳକୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।