ଓଡ଼ିଶାପୂଜା ପାର୍ବଣ
ମହାକାର୍ତ୍ତିକ ମାସର ୩ୟ ସୋମବାରରେ ବାବା ଧବଳେଶ୍ଵରଙ୍କ ପୀଠରେ ୧୪୪ ଧାରା ଜାରି
ମହାକାର୍ତ୍ତିକ ମାସର ଆଜି ତୃତୀୟ ସୋମବାର। ପ୍ରଥା ରହିଛି ଏହି ଦିନ ଦେବ ଦେବ ମହାଦେବଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୂର୍ଣ୍ଣ୍ୟ ମିଳିବା ସହିତ ମାନସିକ ଶାନ୍ତି ମିଳିଥାଏ ।

ଚଳିବର୍ଷ କାର୍ତ୍ତିକ ମାସର ପ୍ରଥମ ଓ ଦ୍ୱିତୀୟ ସୋମବାର ପରି ତୃତୀୟ ସୋମବାରକୁ ମଧ୍ୟ ଧବଳେଶ୍ଵରଙ୍କୁ ଦର୍ଶନ କରିପାରିବେନି ଶ୍ରଦ୍ଧାଳୁ। କଟକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ଵରଙ୍କ ପୀଠରେ ୧୪୪ ଧାରା ଜାରି କରିଛି ପ୍ରଶାସନ । ଭୋର ୪ଟାରୁ ରାତ୍ର ୧୦ ଘଟିକା ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ । ଠାକୁରଙ୍କ ସମସ୍ତ ନୀତି କାନ୍ତି କିନ୍ତୁ ଚାଲୁ ରହିବ ।
ରାଜ୍ୟ ସରକାରଙ୍କ କୋଭିଡ ନିୟମକୁ ଆଖି ଆଗରେ ରଖି କାର୍ତ୍ତିକ ବ୍ରତଧାରୀ ଓ ଶ୍ରଦ୍ଧାଳୁ ପୀଠକୁ ନ ଆସିବାକୁ ବାରଣ କରାଯାଇଛି । ପୀଠରେ ୧୪୪ ଧାରା ଲାଗୁ କରାଯାଇଥିବାରୁ ମନ୍ଦିର ପରିସର ଖାଁ ଖାଁ ପରିବେଶ ସୃଷ୍ଟି ହୋଇଛି। ଅନ୍ୟପଟେ ପୂଜକ ସମିତି ପକ୍ଷରୁ ଭୋର୍ ୪ଟାରୁ ପହଡ ଖୋଲାଯିବା ପରେ ସୁବାସିତ ୧୦୮ ଜଳରେ ବାବାଙ୍କୁ ସ୍ନାନ ପରେ ମଙ୍ଗଳାଆଳତୀ, ସକାଳ ଧୂପ , ଆଦି ସମସ୍ତ ନୀତିକାନ୍ତି ସମ୍ପନ୍ନ କରାଯାଇଛି।