ମନୋରଞ୍ଜନ

ମାଧୁରୀ ଦୀକ୍ଷିତ ଫଟୋ ସେୟାର କରି ଜଣାଇଲେ କିଏ ତାଙ୍କର ‘ରିୟାଜ୍ ପାର୍ଟନର’

ମାଧୁରୀ ଦୀକ୍ଷିତ ଜଣେ ଉତ୍କୃଷ୍ଟ ଅଭିନେତ୍ରୀ ସହିତ ଜଣେ ଭଲ ଡ୍ୟାନ୍ସର୍ । ଆଜି ମଧ୍ୟ ସେ ପ୍ରତ୍ୟେକ ଦିନ ତାଙ୍କ ଡ୍ୟାନ୍ସ ପ୍ରାକ୍ଟିସ୍ କରିଥାନ୍ତି । ନିକଟରେ ଅଭିନେତ୍ରୀ ଏକ ଫଟୋ ସେୟାର କରିଛନ୍ତି

ଯେଉଁଥିରେ ସେ ତାଙ୍କର ‘ରିୟାଜ୍ ପାର୍ଟନର’ କିଏ ବୋଲି ପ୍ରକାଶ କହିଛନ୍ତି । ବାସ୍ତବରେ ମାଧୁରୀ ତାଙ୍କ ପୋଷା କୁକୁର ସହିତ ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି । ଫଟୋରେ, ମାଧୁରୀ କଥକ ଅଭ୍ୟାସର ପାରମ୍ପାରିକ ପୋଷାକରେ ଅଛନ୍ତି ଏବଂ ନିଜ ପୋଷା କୁକୁରକୁ ଦେଖି ହସୁଛନ୍ତି । ଅଭିନେତ୍ରୀ କ୍ୟାପସନରେ ଲେଖିଛନ୍ତି- ‘ମୋ ରିୟାଜ ପାର୍ଟନର ।‘ଫଟୋ ମାଧ୍ୟମରେ ମାଧୁରୀ କହିଛନ୍ତି, ତାଙ୍କ ରିୟାଜ ସମୟରେ କୁକୁର ସବୁବେଳେ ସାଥିରେ ରହିଥାଏ । ମାଧୁରୀ ଏହି ସମୟରେ ଏକ ଧଳା ଚୁଡିଦାର ପିନ୍ଧିଛନ୍ତି ଏବଂ ବିନା ମେକଅପ୍ ଲୁକ୍ ସହିତ କେଶରେ ପୋନିଟେଲ୍ ତିଆରି କରିଛନ୍ତି । ମାଧୁରୀଙ୍କ ସୌନ୍ଦର୍ଯ୍ୟ ଦିନକୁ ଦିନ ବଢିବାରେ ଲାଗିଛି । ଆଜିକାଲି ସେ ଡ୍ୟାନ୍ସ ଶୋ’ ରେ ଜଜମେଣ୍ଟ କରୁଛନ୍ତି ।

୫୦ରୁ ଅଧିକ ହୋଇଥିବା ମାଧୁରୀଙ୍କ ବୟସ ଅନୁମାନ କରିବା କଷ୍ଟକର । ଯେତେବେଳେ ବି ସେ ତାଙ୍କର ଫଟୋ ସେୟାର କରିଥାନ୍ତି ଫ୍ୟାନ୍ସମାନେ ତାଙ୍କର ଦିବାନା ହୋଇଯାଆନ୍ତି ।ନିକଟରେ ମାଧୁରୀ ସୋସିଆଲ ମିଡିଆରେ କିଛି ଫଟୋ ସେୟାର କରିଥିଲେ । ସେ ଏକ କଳା ସାଢୀରେ ନଜର ଆସିଥିଲେ । ଡିଜାଇନ୍ ଦୃଷ୍ଟିରୁ ସାଢୀଟି ପ୍ଲେନ୍ ଏବଂ ଏହି ସାଢୀର ଧାରରେ ଗୋଲ୍ଡେନ୍ କଲରର ବର୍ଡର ତିଆରି ହୋଇଥିଲା । କିନ୍ତୁ ଏହି ଶାଢୀ ସହିତ ବ୍ଲାଉଜର ଡିଜାଇନ୍ ସମସ୍ତଙ୍କୁ ଆକର୍ଷିତ କରୁଥିଲା । ମାଧୁରୀଙ୍କ ଏହି ଫଟୋଗୁଡ଼ିକୁ ଫ୍ୟାନ୍ସ ମାନେ ପ୍ରଶଂସା କରିବା ସହିତ ଅନେକ କମେଣ୍ଟ ମଧ୍ୟ ଦେଇଥିଲେ ।

Show More

Related Articles

Back to top button