ଜୀବନଚର୍ଯ୍ୟା

ସଫଳତାର ପୁଞ୍ଜି : ମା ଲକ୍ଷ୍ମୀଙ୍କୁ ପ୍ରସନ କରିବାକୁ ଚାହୁଁଛନ୍ତିତ ଏହି ତିନୋଟି କଥାକୁ ଧ୍ୟାନ ଦିଅନ୍ତୁ

ଶାସ୍ତ୍ର ଅନୁସାରେ ଆମେ ମହତ କଥାକୁ ଅନେକ ମହତ୍ୱ ଦେଇଥାଉ l ଆଜିକାଲି ସମସ୍ତେ ପୂଜାପାଠ କରୁଛନ୍ତି ସତ କିନ୍ତୁ ଏପରି କିଛି କଥା ରହିଛି ଯାହା ଦ୍ଵାର ଆମେ ଜୀବନରେ ଉନ୍ନତି ଲାଭ କରି ପାରିବା l ଗୀତାର ଉପଦେଶରେ ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି ଯେଉଁ ବ୍ୟକ୍ତି ଦୋଷ ଓ ଅଵଗୁଣରୁ ମୁକ୍ତ ଅଟେ ତା ଜୀବନରେ ସଦାସର୍ବଦା ସୁଖ ଶାନ୍ତି ଓ ସମୃଦ୍ଧି ରହିଥାଏ

ବିଦ୍ୱାନ ମାନେ କହିଛନ୍ତି ଦୁଃଖର ସବୁଠୁ ବଡ଼ କାରଣ ଲୋଭ ଅଟେ l ଲୋଭି ଲୋକମାନେ କେବେବି ସନ୍ତୁଷ୍ଟ ହୋଇ ନଥାନ୍ତି l ଗୋଟିଏ ବସ୍ତୁକୁ ପାଇବା ପରେ ଆହୁରି ତାଙ୍କର ଲୋଭ ବଢି ଯାଇଥାଏ l ବିଚାରରେ ସମୃଦ୍ଧ ବ୍ୟକ୍ତି ଲକ୍ଷ୍ମୀଙ୍କର ଆଶୀର୍ବାଦ ପ୍ରାପ୍ତ କରିଥାଏ l ଆସନ୍ତୁ ଜାଣିବା କେଉଁ ପ୍ରକାର ବ୍ୟକ୍ତି ମାନଙ୍କର ଉପରେ ଲକ୍ଷ୍ମୀଙ୍କର ଆଶୀର୍ବାଦ ରହିଛି l

* ଲୋଭ ଉପରେ ନିୟନ୍ତ୍ରଣ ରଖୁଥିବା ବ୍ୟକ୍ତି -ମାତା ଲକ୍ଷ୍ମୀ ଲୋଭ କରୁଥିବା ବ୍ୟକ୍ତିକୁ ନିଜର ଆଶୀର୍ବାଦ ଦେଇ ନଥାନ୍ତି l ଯେଉଁ ବ୍ୟକ୍ତି ଲୋଭରେ ଫସି ହଜାଇଥାଏ ସେ ନିଜର କ୍ଷତି କରିବା ସହିତ ନିଜ ସମ୍ପର୍କୀୟ ମାନଙ୍କୁ ମଧ୍ୟ ହାନି ପହଞ୍ଚାଇ ଥାଏ l ଲୋଭରୁ ଅଵଗୁଣ ବିକଶିତ ହୋଇଥାଏ l

* ସତ୍ୟକୁ ଆପଣାଇବା -ମାତା ଲକ୍ଷ୍ମୀ ସତ୍ୟ କହୁଥିବା ବ୍ୟକ୍ତି ମାନଙ୍କୁ ଅଧିକ ପସନ୍ଦ କରି ଥାନ୍ତି l ଯେଉଁ ବ୍ୟକ୍ତି ସତ୍ୟର ମାର୍ଗରେ ପରିଚାଳିତ ହୋଇ ସଫଳତା ଲାଭ କରେ ମାତା ଲକ୍ଷ୍ମୀ ତା ଉପରେ ସନ୍ତୁଷ୍ଟ ହୁଅନ୍ତି l

* ଧନର ଆବଶ୍ୟକତାକୁ ଜାଣିବା -ଧନର ଉପଯୋଗୀତାକୁ ଜାଣିବା ନିହାତି ଆବଶ୍ୟକ l କାରଣ ଧନ ହେଉଛି ଖରାପ ସମୟର ସଠିକ ବନ୍ଧୁ l ଯେଉଁ ବ୍ୟକ୍ତି ଏହି କଥାର ଦୟାନ ରଖେ ନାହିଁ ସମୟ ଆସିଲେ ଅସୁବିଧାର ପଡିଥାଏ l ଲକ୍ଷ୍ମୀ ସେହି ଲୋକ ମାନଙ୍କ ଉପରେ ଆଶୀର୍ବାଦ ପ୍ରଦାନ କରନ୍ତି ଯେଉଁ ମାନେ ଧନକୁ ସଞ୍ଚୟ କରିବା ସହିତ ଠିକରେ ଉପଯୋଗ କରନ୍ତି l

Show More

Related Articles

Back to top button