Breaking PLUSଖେଳଦେଶ ବିଦେଶମୁଖ୍ୟ ଖବର

ନ୍ୟୁଜିଲାଣ୍ଡ କ୍ରିକେଟ ଦଳର ବ୍ୟାଟିଂ ପ୍ରଶିକ୍ଷକ ଭାବେ ନିଯୁକ୍ତ ହେଲେ ପୂର୍ବତନ ନ୍ୟୁଜିଲାଣ୍ଡ ୱିକେଟ କିପର ଲୁକ ରୋଞ୍ଚି

ନ୍ୟୁଜଲାଣ୍ଡ କ୍ରିକେଟ ଦଳର ବ୍ୟାଟିଙ୍ଗ ପ୍ରଶିକ୍ଷକ ଭାବେ ନିଯୁକ୍ତ ହୋଇଛନ୍ତି ପୂର୍ବତନ ନ୍ୟୁଜଲାଣ୍ଡ ୱିକେଟ କିପର ଲୁକ ରୋଂଚି । ପୂର୍ବରୁ ଏହି ପଦରେ ଥିବା ପିଟର ଫୁଲଟନ ଏହି ବର୍ଷ ଜୁଲାଇ ମାସରେ ତାଙ୍କ ପଦବୀରୁ ଇସ୍ତଫା ଦେଇଥିଲେ

ନ୍ୟୁଜଲାଣ୍ଡ କ୍ରିକେଟ ଦଳର ବ୍ୟାଟିଙ୍ଗ ପ୍ରଶିକ୍ଷକ ଭାବେ ନିଯୁକ୍ତ ହୋଇଛନ୍ତି ପୂର୍ବତନ ନ୍ୟୁଜଲାଣ୍ଡ ୱିକେଟ କିପର ଲୁକ ରୋଂଚି । ପୂର୍ବରୁ ଏହି ପଦରେ ଥିବା ପିଟର ଫୁଲଟନ ଏହି ବର୍ଷ ଜୁଲାଇ ମାସରେ ତାଙ୍କ ପଦବୀରୁ ଇସ୍ତଫା ଦେଇଥିଲେ । ଲୁକ ରୋଂଚି ଉଭୟ ଅଷ୍ଟ୍ରେଲିଆ ଏବଂ ନ୍ୟୁଜଲାଣ୍ଡ ତରଫରୁ ଆର୍ନ୍ତଜାତୀୟ କ୍ରିକେଟ ଖେଳିଛନ୍ତି । ସେ ତାଙ୍କ କ୍ରିକେଟ କ୍ୟାରିୟରେ ଚାରୋଟି ଟେଷ୍ଟ, ୮୫ ଟି ଦିନିକିଆ ଏବଂ ୩୩ଟି ଟି-ଟ୍ୱେଣ୍ଟି ଆର୍ନ୍ତଜାତୀୟ ମ୍ୟାଚ ଖେଳିଛନ୍ତି । ଏହାସହ ବିଭିନ୍ନ ଦେଶରେ ଯାଇ ଟି-ଟ୍ୱେଣ୍ଟି ଲିଗ ଖେଳିବାର ଅଭିଜ୍ଞତା ମଧ୍ୟ ରୋଂଚିଙ୍କ ନିକଟରେ ରହିଛି । ରୋଂଚି ବର୍ତ୍ତମାନ ପାକିସ୍ତାନ ସୁପର ଲିଗରେ ନିଜେ ଖେଳିବା ସହ ଇସଲାମାବାଦ ୟୁନାଇଟେଡ ଦଳର କୋଚ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି ।

Show More

Related Articles

Back to top button