Breaking PLUSଓଡ଼ିଶାମୁଖ୍ୟ ଖବର
ଆଭ୍ୟନ୍ତରୀଣ ଓଡ଼ିଶାରେ ପଶ୍ଚିମା-ଝଡ଼ ପ୍ରଭାବରେ ମେଘୁଆ ପାଗ ସହ ହାଲୁକା ବର୍ଷା

ଭୁବନେଶ୍ଵର- ଆଭ୍ୟନ୍ତରୀଣ ଓଡ଼ିଶାରେ ପଶ୍ଚିମା-ଝଡ଼ ପ୍ରଭାବରେ ମେଘୁଆ ପାଗ ସହ ହାଲୁକା ବର୍ଷା ଲାଗିରହିଛି । ଗତ ୨୪ ଘଂଟା ମଧ୍ୟରେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରରେ ୩୨.୨ ମି.ମି., ଗୋପାଳପୁରରେ ୨୩.୦ ମି.ମି., କୋରାପୁଟ ଜିଲ୍ଲାର କୋରାପୁଟରେ ୭.୦ ମି.ମି., ରାୟଗଡ଼ା ଜିଲ୍ଲାର ଆମ୍ବଦୋଳାରେ ୪.୦ ମି.ମି., ପୁରୀ ଜିଲ୍ଲାର ପୁରୀରେ ୨.୨ ମି.ମି. ଏବଂ ଗଜପତି ଜିଲ୍ଲାର କାଶୀନଗରରେ ୧.୨ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।