Breaking PLUSଦେଶମୁଖ୍ୟ ଖବର

ସୁପ୍ରିମକୋର୍ଟରେ ମାମଲା ସ୍ଥଗିତ ରଖିବା ଦାବିକୁ ନେଇ ଚିନ୍ତାପ୍ରକଟ କଲେ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ- ସୁପ୍ରିମକୋର୍ଟରେ ଶୁଣାଣି ସ୍ଥଗିତ ରଖିବାକୁ ନେଇ ଚିନ୍ତାପ୍ରକଟ କରିଛନ୍ତି ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ । ପ୍ରଧାନ ବିଚାରପତି କହିଛନ୍ତି ଯେ, କିଛି ଡାଟା ଏକତ୍ର କରିଛନ୍ତି । ଏହା ଅନୁସାରେ କେବଳ ଶୁକ୍ରବାର 178ଟି ମାମଲାରେ ଶୁଣାଣି ସ୍ଥଗିତ ରଖିବାକୁ ଦାବି କରାଯାଇଛି । ଯାହାକୁ ନେଇ ସିଜେଆଇ ଉଦବେଗ ପ୍ରକାଶ କରିବା ସହ କହିଥିଲେ ଯେ, ଆମେ ଚାହୁନାହୁଁ ଯେ, ଅଦାଲତ କେବଳ ତାରିଖ ପରେ ତାରିଖ ପଡୁଥିବା କୋର୍ଟ ନହେଉ ।
ପ୍ରଧାନ ବିଚାରପତି କହିଥିଲେ ଯେ, ସେପ୍ଟେମ୍ବର ଓ ଅକ୍ଟୋବରରେ 3688ଟି ମାମଲାର ଶୁଣାଣି ସ୍ଥଗିତ ରଖିବାକୁ ପିଟିସନ ଦାୟର ହୋଇଥିଲା । ଫଳରେ ମାମଲାର ଶୀଘ୍ର ଶୁଣାଣି କରିବା ଉଦ୍ଦେଶ୍ୟ ବିଫଳ ହେଉଛି ।

Show More

Related Articles

Back to top button