Breaking PLUSଓଡ଼ିଶାଦେଶ ବିଦେଶମୁଖ୍ୟ ଖବର

ଦୀର୍ଘଦିନର ଅପେକ୍ଷା ପରେ ଖୋଲିଲା ଶ୍ରୀମନ୍ଦିର, ଦର୍ଶନ ଦେବେ ଶ୍ରୀଜିଉ

କରୋନା ସଂକ୍ରମଣ ଜନିତ କଟକଣା ଯୋଗୁଁ ଦୀର୍ଘ ନଅ ମାସ କାଳ ଭକ୍ତଙ୍କ ପାଇଁ ବନ୍ଦ ହୋଇ ରହିବା ପରେ ଆଜି ଠାରୁ ଖୋଲିଛି ଶ୍ରୀମନ୍ଦିର

ଦୀର୍ଘ ୯ ମାସ ପରେ ଭକ୍ତଙ୍କ ପାଇଁ ଖୋଲିଛି ଶ୍ରୀମନ୍ଦିର । ଆଜିଠାରୁ ମହାପ୍ରଭୁଙ୍କୁ ଦର୍ଶନ କରିବେ ଭକ୍ତ। କରୋନା ସଂକ୍ରମଣ ଜନିତ କଟକଣା ଯୋଗୁଁ ଦୀର୍ଘ ନଅ ମାସ କାଳ ଭକ୍ତଙ୍କ ପାଇଁ ବନ୍ଦ ହୋଇ ରହିବା ପରେ ଆଜି ଠାରୁ ଖୋଲିଛି ଶ୍ରୀମନ୍ଦିର । ଏଥି ପାଇଁ ଏକ ସ୍ୱତନ୍ତ୍ର ମାର୍ଗଦର୍ଶିକା (ଏସ୍.ଓ.ପି.) ଓ କେତେକ ନୂଆ ନିୟମ ମଧ୍ୟରେ ସକାଳ ୭ଟାରୁ ଦର୍ଶନ ଆରମ୍ଭ ହୋଇଛି। ମାର୍କେଟ୍‌ ଛକରୁ ବାରିକେଡ୍‌ କରି ଭକ୍ତଙ୍କୁ ସିଂହଦ୍ବାରଠାରେ ପହଞ୍ଚାଇବାକୁ ବ୍ୟବସ୍ଥା କରାଯାଇଥିବା ବେଳେ କରୋନା ସଂକ୍ରମଣକୁ ରୋକିବା ପାଇଁ ସାମାଜିକ ଦୂରତା, ସାନିଟାଇଜର ବ୍ୟବସ୍ଥା କରାଯାଇଛି।କରୋନା ମହାମାରୀ ପାଇଁ ମାର୍ଚ ୨୦ରୁ ଶ୍ରୀମନ୍ଦିର ବନ୍ଦ ରହିଥିଲା। ଭକ୍ତଙ୍କୁ ଦର୍ଶନରୁ ବଞ୍ଚିତ ରଖାଯାଇଥିଲା।

କେବଳ ନୀତିକାନ୍ତି ସ୍ବାଭାବିକ ଚାଲିଥିଲା। ବିଭିନ୍ନ ମହଲରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଦାବି ପରେ ଆଜିଠାରୁ ବିଧିବଦ୍ଧ ଭାବେ ଶ୍ରୀମନ୍ଦିର ଖୋଲିଛି। ଆଜିଠାରୁ ଅର୍ଥାତ ଡିସେମ୍ବର ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ସେବାୟତ ଓ ସେମାନଙ୍କ ପରିବାର ମହାପ୍ରଭୁଙ୍କ ଦର୍ଶନ କରିବେ। ସକାଳ ସାଢ଼େ ୭ଟାରୁ ରାତ୍ର ପହୁଡ଼ ପର୍ୟ୍ୟନ୍ତ ଦର୍ଶନ ଚାଲିବ। ଚାରିଦ୍ବାରରେ ସେବାୟତ ଓ ସେମାନଙ୍କ ପରିବାର ଦର୍ଶନ ପାଇଁ ଯିବେ ଓ ଚାରିଦ୍ବାରରେ ପ୍ରସ୍ଥାନ କରି ପାରିବେ। ଡିସେମ୍ବର ୨୬ରୁ ୩୧ ତାରିଖ ସଂଧ୍ୟା ପର୍ଯ୍ୟନ୍ତ ପୁରୀ ସହରବାସୀଙ୍କ ଦର୍ଶନ ଆରମ୍ଭ ହେବ। ସକାଳ ସାଢ଼େ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଦର୍ଶନ ଚାଲିବ। ୩୧ ତାରିଖ ସଂଧ୍ୟାରେ ଦର୍ଶନ ବନ୍ଦ ହେବ। ଡିସେମ୍ବର ୩ରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ। ଜିଲ୍ଲା ବାହାର ଭକ୍ତମାନେ ଏହି ଦିନଠାରୁ ମହାପ୍ରଭୁଙ୍କ ଦର୍ଶନ କରି ପାରିବେ। ଏଥିପାଇଁ ପୂରା ବଡ଼ଦାଣ୍ଡର ଟ୍ରାଫିକ୍‌ ବ୍ୟବସ୍ଥା ଉପରେ ନଜର ରଖାଯାଇଛି।

Show More

Related Articles

Back to top button