ଜୀବନଚର୍ଯ୍ୟା

ଆସନ୍ତୁ ପଢିବା ଓ ଜାଣିବା ଆଖି ତଳ କଳାଦାଗର ଉପଚାର

ଶୀତଦିନିଆ ଥଣ୍ଡା ପରିବେଶ କାରଣରୁ କେତେଜଣଙ୍କର ଆଖି ତଳ କଳାଦାଗ ସମସ୍ୟା ବଢ଼େ

ଏଥିରୁ ରକ୍ଷା ପାଇବାକୁ କେତୋଟି ସରଳ ଘରୋଇ ଉପଚାର:
– ବାଦାମ ତେଲ ୧ଚାମଚ ଓ ଲେମ୍ବୁ ରସ ଅଧ ଚାମଚକୁ ମିଶାଇ ତୁଳାରେ ନେଇ ଆଖି ତଳ କଳାଦାଗରେ ଲଗାଇ ୨ମିନିଟ୍‌ ମାଲିସ୍ କରନ୍ତୁ। ରାତିରେ ଏଇ ପ୍ୟାକ୍ ଲଗାଇ ଶୋଇବା ଭଲ। ସପ୍ତାହେ କରିବା ପରେ ଫରକ୍ ଜାଣିପାରିବେ।

– କଞ୍ଚା ଖିରରେ ଭିଟାମିନ୍ ଇ ମିଶାଇ ଆଖି ଚାରିପାଖେ ମାଲିସ୍ କରନ୍ତୁ। ସ୍ନାନ ପୂର୍ବରୁ ଏହି ପ୍ୟାକ୍ ଲଗାନ୍ତୁ। ଆଖି ତଳ କଳାଦାଗ ଦୂର ହେବା ପରେ ମଧ୍ୟ ଏଇ ପ୍ୟାକ୍ ଲଗାଇଲେ ଆଖି ବିନ୍ଧା ସମସ୍ୟା ଦୂର ହୁଏ।
– କାକୁଡ଼ି ଓ ଟମାଟୋ ରସ ସମପରିମାଣରେ ମିଶାଇ ଆଖି ତଳ କଳାଦାଗରେ ଲଗାଇବା ଭଲ। ପ୍ରତିଦିନ ଏଇ ପ୍ୟାକ୍ ଲଗାଇଲେ ଶୀଘ୍ର ଫରକ୍ ଜାଣିପାରିବେ।

Show More

Related Articles

Back to top button