ଦେଶ ବିଦେଶ

ଆସନ୍ତୁ ପଢିବା ଓ ଜାଣିବା ଲକ୍ଷ୍ମଣଙ୍କ ଅନନ୍ୟ ତ୍ୟାଗ ବିଷୟରେ

ଜଣେ ଫକୀରଙ୍କ ପାଖରେ ପହଞ୍ଚô କେହି ଜଣେ ପଚାରିଲା : ବହୁତ ଅଳ୍ପରେ କୁହନ୍ତୁ ଆପଣଙ୍କ ବିଚାର କ’ଣ? ଦର୍ଶନ କ’ଣ? ସେହି ଫକୀର କହିଲେ : “ଜାଗ’! ସେହି ବ୍ୟକ୍ତି ଜଣଙ୍କ କହିଲେ : ମୁଁ ଏବେ ଠିକ୍ ଭାବରେ ବୁଝିପାରିଲି ନାହିଁ, ଆପଣ ଆଉ ଗୋଟିଏ ଶବ୍ଦ ଯୋଡ଼ିକି କୁହନ୍ତୁ, ଯଦ୍ୱାରା ମୁଁ ବୁଝି ଯାଇ ପାରିବିି । ସେ ଫକୀର ପୁଣି କହିଲେ : “ଜାଗ’! ସେହି ବ୍ୟକ୍ତିଜଣଙ୍କ ଆଶ୍ଚର୍ଯ୍ୟ ହୋଇ କହିଲେ, ଏବେ ବି ମୁଁ କିଛି ବୁଝି ପାରିଲି ନାହିଁ

ଆପଣ ଆଉ କିଛି ଶବ୍ଦ ବ୍ୟାଖ୍ୟା କରନ୍ତୁ । କିନ୍ତୁ ସେହି ଫକୀର ତୃତୀୟ ଥର ବି କହିଲେ : “ଜାଗ’! ଏଥିରେ ଆଉ କିଛି ବ୍ୟାଖ୍ୟା କରିବାର ସମ୍ଭାବନା ନାହିଁ ଏହା ସହିତ କିଛି ଯୋଡ଼ା ବି ଯାଇପାରିବ ନାହିଁ । ବାସ୍! ଏହା କେବଳ ଗୋଟିଏ ହିଁ ଶବ୍ଦ । ଈର ଇଙ୍ଗବଳର ! ଅର୍ଥାତ୍ ଜାଗ୍ରତ ହୋଇଯାଅ ।’

ଗୋଟିଏ ଶବ୍ଦରେ ଏତିକି କୁହାଯାଇପାରେ : ଜାଗ । କାରଣ ଶୋଇରହିବା ହିଁ ଦୁଃଖ ଏବଂ ଜାଗ୍ରତ ହେବା ହିଁ ଆନନ୍ଦ । ଶୋଇରହିବା ନାସ୍ତିକତା ଏବଂ ଜାଗ୍ରତ ହେବା ଆସ୍ତିକତା । ଶୋଇ ରହିଥିବା କେହି ବି ଆଜି ପର୍ଯ୍ୟନ୍ତ ସୁଖୀ ହୋଇପାରିନାହାନ୍ତି ଏବଂ ଜାଗ୍ରତ ବ୍ୟକ୍ତି ଆଜି ପର୍ଯ୍ୟନ୍ତ କେବେ ବି ଦୁଃଖୀ ହେବା ଦେଖାଯାଇ ନାହିଁ । ଶୋଇ ରହିଥିବା କାହାରି ବି ଜୀବନରେ ସୁଗନ୍ଧ, ଶାନ୍ତି ଆସିପାରିବ ନାହିଁ । ଜାଗ୍ରତ ହୋଇଥିବା ବ୍ୟକ୍ତି ସବୁବେଳେ ଆନନ୍ଦିତ, ସୁଗନ୍ଧିତ ଓ ସୁନ୍ଦର ।

ତେଣୁ ଏତିକି ଜାଣ ଯେ ଶୋଇ ରହିବା ହିଁ ପାପ – ଆଉ କାହା ପ୍ରତି ନୁହେଁ ନିଜ ପାଇଁ । ଯିଏ ନିଜ ପ୍ରତି ଶୋଇ ରହିଛି ଅର୍ଥାତ୍ ନିଜକୁ ଜାଣିନି ଯେ “ସିଏ କିଏ?’ ତା’ ଦ୍ୱାରା ପ୍ରତି ମୁହୂର୍ତ୍ତରେ ପାପ ହୋଇଚାଲିଛି । ତେଣୁ ଜାଗ୍ରତ ହେବା ହିଁ ପୁଣ୍ୟ ବା ଧର୍ମ । ଯିଏ ଆତ୍ମଭାବରେ ଜାଗ୍ରତ ହୁଏ ତାର ଜୀବନ ସମସ୍ତଙ୍କ ପ୍ରତି ଧର୍ମାଚାରରେ ପରିଣତ ହୁଏ । ଏହାହିଁ ଗୋଟିଏ ଶବ୍ଦରେ ଧର୍ମର ସୂତ୍ର । ସେଇଥି ପାଇଁ ତ ସ୍ୱାମୀ ବିବେକାନନ୍ଦ ମଧ୍ୟ କହିଥିଲେ, “ଇକ୍ସସଗ୍ଦର, ଇଙ୍ଗବଳର ବଦ୍ଭୟ ଝଗ୍ଧକ୍ଟକ୍ଟ୍ର ଦ୍ଭକ୍ଟଗ୍ଧ ଗ୍ଧସକ୍ଷକ୍ଷ ଗ୍ଧଷର ଶକ୍ଟବକ୍ଷ ସଗ୍ଦ କ୍ସରବମଷରୟ.”
ତ୍ରେତୟା ଯୁଗରେ ଅଯୋଧ୍ୟା ନରେଶ ଦଶରଥଙ୍କ ପୁତ୍ର ଶ୍ରୀରାମ ଚଉଦ ବର୍ଷ ପାଇଁ ବଣକୁ ଯିବେ ଓ ଭରତ ରାଜଗାଦିରେ ବସିବେ । ଏହା ଥିଲା ଦୁଇଟି ବରଦାନର କଥା । ଯାହା ବ୍ୟଥାରେ ପରିଣତ ହୋଇଥିଲା କୈକେୟୀଙ୍କ ପାଇଁ । ସେ କାଳରାତି ତ ପାହିଲା ସତ, ହେଲେ ରାମ ରାଜା ନହୋଇ ସୁମନ୍ତ ମନ୍ତ୍ରୀଙ୍କ ଚାରି ଅଶ୍ୱବିଶିଷ୍ଟ ରଥରେ ବସିିି ବନଗମନ ପର୍ବ ଆରମ୍ଭ କଲେ । ପ୍ରଭୁ ଶ୍ରୀରାମ ପତ୍ନୀ ସୀତା ଓ ଅନୁଜ ଲକ୍ଷ୍ମଣଙ୍କୁ ନେଇ ଯେତେବେଳେ ଗୁହକ ଶବର ରାଜ୍ୟ ସୀମାରେ ପହଞ୍ଚôଲେ ସେତେବେଳକୁ ସନ୍ଧ୍ୟା ଆଗତ ପ୍ରାୟ । ତେଣୁ ରାତି୍ର ଯାପନର ବ୍ୟବସ୍ଥା ହେଲା । ପ୍ରାତଃରୁ ଉଠି ଯେତେବେଳେ ରଘୁନାଥ ନିତ୍ୟ କର୍ମ ସାରି ଠିଆ ହୋଇଛନ୍ତି ଦେଖିଲେ ମନ୍ତ୍ରୀ ସୁମନ୍ତ ଯେତେ ଆଦେଶ ଦେଲେ ବି ଚାରିଟି ଯାକ ଅଶ୍ୱଙ୍କ ଆଖିରୁ ଧାର ଧାର ଅଶ୍ରୁ ଅନବରତ ଝରୁଛି ।

ସେମାନେ ଅଯୋଧ୍ୟା ଫେରିଯିବାକୁ ଅନିଚ୍ଛୁକ ଭଳି ଲାଗୁଛନ୍ତି । ଏହି ଦୃଶ୍ୟ ଦେଖି ପ୍ରଭୁ ଅନୁଜ ଲକ୍ଷ୍ମଣଙ୍କୁ କହିଲେ ତୁମେ ଯାଇ ଛନଛନିଆ ଦୁବଘାସ ଆଣ, ଏ ଘୋଡ଼ାମାନଙ୍କ ମୁହଁ ପାଖରେ ପକାଅ । ଲକ୍ଷ୍ମଣ ଆଶ୍ଚର୍ଯ୍ୟ ହୋଇ ଚାହିଁବାରୁ ପ୍ରଭୁ କହିଲେ, “ଏ ଘୋଡ଼ାମାନେ ମୋର ଭକ୍ତ । ତେଣୁ ତାଙ୍କର ଚକ୍ଷୁ ମୋତେ ଚାହିଁଥିବା ପର୍ଯ୍ୟନ୍ତ ମୁଁ ତାଙ୍କଠାରୁ କିମ୍ବା ସେମାନେ ମୋ ଠାରୁ ବିଦାୟ ନେଇ ଯାଇପାରିବେ ନାହିଁ ।” ଲକ୍ଷ୍ମଣ ବୁଝିଗଲେ ଏବଂ ଦୁବ ଘାସ ଆଣି ଘୋଡ଼ାଙ୍କ ମୁହଁ ପାଖରେ ରଖୁ ରଖୁ ସେମାନଙ୍କର ଦୃଷ୍ଟି ଖାଦ୍ୟ ଉପରେ ରହିଯାଇ ପ୍ରଭୁଙ୍କ ପାଖରୁ ହଟିଗଲା । ସେହି ସମୟରେ ସୁମିତ୍ରାନନ୍ଦନ ଲକ୍ଷ୍ମଣ ମନରେ ସ୍ଥିର କରିନେଲେ ଯେ ସେ ଆଉ ବଣରେ ଖାଦ୍ୟ ଗ୍ରହଣ କରିବେ ନାହିଁ । ଖାଦ୍ୟରେ ମନ ରହିଲେ ପ୍ରଭୁଙ୍କ ପାଦ ପଦ୍ମରୁ ନଜର ହଟିଯିବ ତେଣୁ ସେ ବନବାସ କାଳରେ ଖାଦ୍ୟ ତ୍ୟାଗ କରି ପ୍ରଭୁଙ୍କ ପାଦପଦ୍ମକୁ ଧ୍ୟାନ କରି ଅତୁଳନୀୟ ଭକ୍ତି ପ୍ରକଟ କରିଗଲେ ଯାହା ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇରହିଛି ।

ଚିତ୍ରକୂଟ ପର୍ବତ ଆଡ଼କୁ ବଣ ଭିତରେ ଯିବା ସମୟରେ ଶବର ଶବରୁଣୀମାନଙ୍କ ଗହଣ ଦେଇ ଯିବାକୁ ପଡ଼ିଲା । ସେମାନେ ତ ଜାତିରେ ଭିଲ୍ । ଶିକ୍ଷାଦୀକ୍ଷା ନାହିଁ । ଲୋକାଚାର ଅନୁସାରେ ସେମାନେ ଦୁଇଟି ପୁରୁଷ ଓ ଗୋଟିଏ ନାରୀକୁ ଦେଖି ସନ୍ଦିହାନ ହୋଇପଡ଼ିଲେ । କାରଣ ଆଗରେ ପ୍ରଭୁ ଶ୍ରୀରାମ, ମଝିରେ ସୀତା (ଅନ୍ତତଃ ପାଞ୍ଚ ହାତ ବ୍ୟବଧାନରେ) ଓ ତାଙ୍କ ପଛକୁ ଲକ୍ଷ୍ମଣ ଅତି କମ୍ରେ ଦଶ ହାତ ଦୂରରେ ଚାଲୁଥାନ୍ତି । ସୀତା ପ୍ରଭୁ ଶ୍ରୀରାମଙ୍କ ପାଦଧୂଳି ଉପରେ ଚଢ଼ି ଚାଲିବେ ନାହିଁ କିମ୍ବା ଲକ୍ଷ୍ମଣ ନା ପ୍ରଭୁ ରାମଙ୍କ ଚରଣ ଧୂଳି ନା ମାତା ସୀତାଙ୍କ ଚରଣ ଧୂଳି ଉପରେ ନିଜ ପାଦ ପକେଇ ଚାଲିବେନି । ତେଣୁ ଏହି ଦୂରତ୍ୱକୁ ସୀମା ବୋଲି ଧରିନେଇ ଆଗେଇ ଚାଲୁଥାନ୍ତି । ଶବରୁଣୀମାନେ ଏଭଳି ଦିବ୍ୟ ପୁରୁଷ ଓ ନାରୀଙ୍କର ପରିଚୟ ଜାଣିବା ପାଇଁ ମା’ ସୀତାଙ୍କୁ ଅନୁନୟ ବିନୟ କରି ନିଜ ଦଳ ଭିତରକୁ ଡାକି ଆଣି ପଚାରିଲେ, “ଆଗରେ ସେ କିଏ ଓ ପଛରେ କିଏ?” ଏହି ସମୟରେ ଅନୁଜ ଲକ୍ଷ୍ମଣ ବ୍ୟସ୍ତହୋଇ କହି ପକେଇଲେ ମା’ ଆପଣ ଆସନ୍ତୁ ଭାଇ ଆଗେଇ ଗଲେଣି । ଏତିକିରୁ ଶବରୁଣୀମାନେ ଜାଣିଗଲେ ଯେ ଯିଏ ଆଗରେ ଯାଉଛନ୍ତି ସେ ସ୍ୱାମୀ ଓ ପଛରେ ଦିଅର ।

ଯେତେବେଳେ ରାତି୍ର ଯାପନ ସମୟ ଆସିଲା ଏବଂ ପରଦିନ ସକାଳେ ଶବର ଶବରୁଣୀଙ୍କଠାରୁ ବିଦାୟ ନେବା ସ୍ଥିର ହେଲା, ସେତେବେଳେ ପ୍ରଭୁ ନିଦ୍ରାଦେବୀଙ୍କୁ ପ୍ରାର୍ଥନା କଲେ, ଏମାନଙ୍କୁ ନିଦ୍ରାରେ ମୋହିତ ନକଲେ ମୁଁ ଏମାନଙ୍କଠାରୁ ବିଦାୟ ନେଇ ଆଗକୁ ଯାଇପାରିବି ନାହିଁ କାରଣ ଏମାନେ ମୋର ପରମ ଭକ୍ତ । ନିଦ୍ରାଦେବୀ ତାହା ହିଁ କଲେ । ସେମାନଙ୍କୁ ଗାଢ଼ ନିଦ୍ରାରେ ଶୁଆଇ ରଖିଲେ ଯାହା ଫଳରେ କି ପ୍ରଭୁ ସୂର୍ଯେ୍ୟାଦୟ ପୂର୍ବରୁ ସ୍ଥାନ ପରିତ୍ୟାଗ କରି ବନଗାମୀ ହେଲେ । ଏହିଠାରୁ ଲକ୍ଷ୍ମଣ ଶିକ୍ଷା ପାଇ ସ୍ଥିର କଲେଯେ ସେ ବନରେ ଆଦୌ ଶୟନ କରିବେ ନାହିଁ । ଏହା ଥିଲା ତାଙ୍କର ବଜ୍ର ଶପଥ । ତେଣେ ମା’ ସୁମିତ୍ରା ମଧ୍ୟ କହିଥିଲେ ତାଙ୍କୁ, ଯେ ବଣରେ ପିତୃତୁଲ୍ୟ ବଡ଼ଭାଇ ଓ ମାତା ତୁଲ୍ୟ ଭାଉଜଙ୍କୁ ଜଗିବା ହେବ ତୋର ପ୍ରଧାନ କର୍ତ୍ତବ୍ୟ । ସେଥିପାଇଁ ଲକ୍ଷ୍ମଣ ଖାଦ୍ୟ ତ ଛାଡ଼ିଥିଲେ, ଏବେ ନିଦ୍ରାକୁ ବି ପରିତ୍ୟାଗ କରିଦେଲେ । ଏହା ହେଉଛି ପ୍ରଭୁଙ୍କ ପ୍ରତି ଦୃଢ଼ ଭକ୍ତିର ନିଦର୍ଶନ ।

ଲକ୍ଷ୍ମଣ ହେଲେ ଜୀବ, ଶ୍ରୀରାମ ହେଲେ ପରମ, ସୀତା ହେଲେ ମାୟା । ପରମ ସହ ସଦାସର୍ବଦା ବିଜଡ଼ିତ ହୋଇ ରହିବାକୁ ହେଲେ ଜୀବକୁ ନିଦ୍ରା, ଆଳସ୍ୟ, ଭୟ, ମୈଥୁନ, କାମ, କ୍ରୋଧ, ଲୋଭ, ମୋହ, ମଦ ମାତ୍ସର୍ଯ୍ୟ ଆଦି ବିକାରମାନଙ୍କ ଉପରେ ଶତ ପ୍ରତିଶତ ବିଜୟ ହାସଲ କରିବା ଜରୁରୀ, ଯାହା ମହାଜ୍ଞାନୀ, ମହାବୀର ହନୁମାନ ଓ ସର୍ବଲକ୍ଷଣସମ୍ପନ୍ନ ଲକ୍ଷ୍ମଣ କୁମାର କରି ପାରିଥିଲେ ।

Show More

Related Articles

Back to top button