
ସରକାରୀ ତୈଳ କମ୍ପାନୀ ଶନିବାର ପେଟ୍ରୋଲ ଓ ଡିଜେଲର ନୂଆ ଦର ଜାରି କରିଛନ୍ତି । ନୂଆ ଦରରେ ମଧ୍ୟ କୌଣସି ପରିବର୍ତ୍ତନ ହୋଇନଥିବା ଜଣାପଡିଛି । ପ୍ରାୟ ଅଢେଇ ମାସ ଧରି ଦରରେ ସ୍ଥିରତା ବଜୟା ରହିଛି । ଗତ ନଭେମ୍୬ର ୨୦୨୧ରୁ ତୌଳ ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ । ସେହି ସମୟରେ କେନ୍ଦ୍ର ସରକାର ପେଟ୍ରୋଲ ଉତ୍ପାଦ ଶୁଳ୍କରେ ୫ ଟଙ୍କା ଓ ଡିଜେଲ ଉପରେ ୧୦ ଟଙ୍କା ହ୍ରାସ କରିଥିଲେ । ଏହାପରେ ଅନେକ ସହରରେ ତୈଳ ଦର ୧୦୦ ଟଙ୍କା ତଳକୁ ଖସି ଆସିଥିଲା । ଶନିବାର ଦିଲ୍ଲୀରେ ପେଟ୍ରୋଲ ଦର ୯୫.୪୧ ଟଙ୍କା ଥିଲା ବେଳେ ଡିଜେଲ ୮୬.୬୭ ଟଙ୍କା ରହିଛି । ତେବେ ସରକାର ଉତ୍ପାଦ ଶୁଳ୍କ ହ୍ରାସ କରିବା ପୂର୍ବରୁ ତୈଳ ଦର ସର୍ବୋଚ୍ଚ ସ୍ତରରେ ପହଁଚିଥିଲା । ଡିଜେଲ ମଧ୍ୟ ଲିଟର ପିଛା ୧୦୦ ଟଙ୍କା ଅତିକ୍ରମ କରିଥିଲା ।
ତୈଳ ଦର:
ସହର ପେଟ୍ରୋଲ ଡିଜେଲ
ଦିଲ୍ଲୀ ୯୫.୪୧ ୮୬.୬୭
ମୁମ୍ବାଇ ୧୦୯.୯୮ ୯୪.୧୪
ଚେନ୍ନାଇ ୧୦୧.୪୦ ୯୧.୪୩
ଭୁବନେଶ୍ୱର ୧୦୧.୮୩ ୯୧.୬୨