ଦେଶ ବିଦେଶପାଣିପାଗମୁଖ୍ୟ ଖବର

ଆସନ୍ତା ୨୪ ଘଣ୍ଟାରେ ବିଭିନ୍ନ ରାଜ୍ୟରେ ବର୍ଷା ସମ୍ଭାବନା

ପଡ଼ିବ ବରଫ, ଖସିବ ତାପମାତ୍ରା

ଜାନୁଆରୀର ଶେଷ ସପ୍ତାହ ଆସୁଥିବା ବେଳେ ପ୍ରତିବର୍ଷ ଏହି ସମୟରେ ପାଣିପାଗରେ ପରିବର୍ତ୍ତନ ହୋଇଥାଏ । କିନ୍ତୁ ଚଳିତ ଥର ସେଭଳି କିଛି ପରିବର୍ତ୍ତନ ହେବା ନେଇ ନିଶ୍ଚିତ କରିନାହିଁ ପାଣିପାଗ ବିଭାଗ । ହେଲେ ବିଭିନ୍ନ ରାଜ୍ୟରେ ଏବେ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି । ପାଣିପାଗ ବିଭାଗ ବା ଆଇଏମ୍‌ଡିର ରିପୋର୍ଟ ମୁତାବିକ, ଉତ୍ତର ଭାରତ ଏବଂ ରାଜସ୍ଥାନରେ ଦିନେ ଦୁଇ ଦିନ ମଧ୍ୟରେ ତାପମାତ୍ରା ହ୍ରାସ ପାଇଛି । ଏଥିସହିତ ଉତ୍ତରର ପାହାଡ଼ଗୁଡ଼ିକରେ ବରଫ ଜମିବା କାରଣରୁ ଶୀତର ଲହରୀ ଆରମ୍ଭ ହେବାକୁ ଯାଉଛି । ଆଗାମୀ ଦୁଇଦିନ ଭିତରେ ଜମ୍ମୁ, କାଶ୍ମୀର, ଲଦାଖ, ହିମାଚଲ ପ୍ରଦେଶ ଏବଂ ଉତ୍ତରାଖଣ୍ଡର କିଛି ସ୍ଥାନରେ ବରଫ ପଡ଼ିବା ବର୍ଷା ସମ୍ଭାବନା ରହିଛି । ଏହାଛଡ଼ା ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଦିଲ୍ଲୀ ଏବଂ ପଶ୍ଚିମରେ ବର୍ଷା ହୋଇପାରେ ।

ଉତ୍ତର ପ୍ରଦେଶ ଏବଂ ପୂର୍ବ ରାଜସ୍ଥାନରେ ମଧ୍ୟ ବର୍ଷା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ଅନୁମାନ କରିଛି । ପାଣିପାଗ ବିଭାଗ ମୁତାବିକ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଦିଲ୍ଲୀ ଏବଂ ପଶ୍ଚିମ ଉତ୍ତର ପ୍ରଦେଶରେ ଅତ୍ୟଧିକ ପବନ ହୋଇପାରେ । ଘଣ୍ଟାପ୍ରତି ଏହାର ବେଗ ୨୦-୩୦ ରହିପାରେ । ସ୍କାଇମେଟ୍‌ ୱେଦର ମୁତାବିକ ଆଗାମୀ ୨୪ ଘଣ୍ଟା ମଧ୍ୟରେ, ଆଣ୍ଡାମାନ ନିକୋବର ଦ୍ୱୀପ ସମୂହର କିଛି ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ସହ କିଛି ସ୍ଥାନରେ ଅତ୍ୟଧିକ ବର୍ଷା ସମ୍ଭାବନା ରହିଛି । ପଶ୍ଚିମ ବଙ୍ଗ, ସିକ୍କିମ୍‌, ଆସାମ୍‌, ମେଘାଳୟ, ଅରୁଣାଚଲ ପ୍ରଦେଶରେ ମଧ୍ୟ ହାଲକାରୁ ମଧ୍ୟମ ଧରଣର ବର୍ଷା ଏବଂ ମଣିପୁର, ମିଜୋରାମ ଏବଂ ନାଗାଲାଣ୍ଡରେ ହଲ୍‌କା ଧରଣ ବର୍ଷା ସମ୍ଭାବନା ରହିଥିବା ଜଣାପଡ଼ିଛି ।

Show More

Related Articles

Back to top button