ସ୍ୱାସ୍ଥ୍ୟ

ଆସନ୍ତୁ ଜାଣିବା ତରଭୁଜ ଖାଇବାଦ୍ୱାରା ସ୍ୱାସ୍ଥ୍ୟକୁ କି ପ୍ରକାର ଫାଇଦା ମିଳିଥାଏ

ଗରମ ଦିନରେ ବିଭିନ୍ନ ପ୍ରକାର ଫଳ ସହିତ ତରଭୁଜର ଚାହିଦା ଅଧିକ ଦେଖିବାକୁ ମିଳିଥାଏ l ଏହା ଉଭୟ ଶୋଷ ଓ ଭୋକ ମେଣ୍ଟାଇବା କାମରେ ଆସେ l ତରଭୁଜ ରେ ୯0 ପ୍ରତିଶତ ରୁ ଅଧିକ ପାଣି ଥାଏ ଏହାର ଉତ୍ପତି ଦକ୍ଷିଣ ଆଫ୍ରିକାର କାଲlହାରୀ ମରୁଭୂମି ନିକଟରେ ବୋଲି କୁହାଯାଏ

ଅଜକୁ ପ୍ରାୟ ୫000 ବର୍ଷ ପୂର୍ବେ ତରଭୁଜର ଚାଷ ମିଶର ଦେଶରେ କରାଯାଇ ଥିଲା l ମିଶର ଲୋକ କଥା ଅନୁସାରେ ରାଜାମାନଙ୍କ କବର ଭିତରେ ତରଭୁଜ ରଖ ଯାଉଥିଲା ,ସେମାନେ ମାନୁଥିଲେ ଯେ ମୃତ୍ୟୁ ପରେ ମଧ୍ୟ ସେମାନେ ତରଭୁଜ କୁ ନିଜର ଖାଦ୍ୟରୂପେ ବ୍ୟବହାର କରୁଥିଲେ l ପୃଥିବୀର ସମସ୍ତ ସ୍ଥାନରେ ତରଭୁଜ ଚାଷ କରାଯାଏ l

ତରଭୁଜରେ ମିଳୁଥିବା ପୌଷ୍ଟିକ ତତ୍ୱ ଗୁଡିକ ହେଲା ପୋଟାସିୟମ ,ଆଇରନ ,ଫାଇବର ,ଭିଟାମିନ-ଏ ,ବି ଓ ସି ପ୍ରଚୁର ପରିମାଣରେ ରହିଥାଏ l କିନ୍ତୁ ଏହି ଫଳରେ ସର୍ବାଧିକ ଲାଇକୋପିନ ନାମକ ତତ୍ୱ ମିଳିଥାଏ l

* ହୃଦୟକୁ ସୁସ୍ଥ ରଖେ -ହୃଦୟକୁ ସୁସ୍ଥ ରଖିବାରେ ତରଭୁଜ ଅତ୍ୟନ୍ତ ହିତକାରୀ l ଅନୁଧ୍ୟାନ ଅନୁସାରେ ଜଣା ଯାଇଛି ଯେ ପ୍ରତ୍ୟକଦିନ ତରଭୁଜ ଖାଇବା କିମ୍ବା ଏହାର ଜୁସ ପିଇବା ଦ୍ୱାରା ଶରୀର ରେ ଥିବା ଖରାପ କୋଲେଷ୍ଟ୍ରଲ ନିୟନ୍ତ୍ରଣ ହୋଇଥାଏ l ଯାହା ହୃଦୟ ରୋଗର ଏକ ମୁଖ୍ୟ କାରଣ ହୋଇଥାଏ l

* ପାଚନ କ୍ରିୟାକୁ ଠିକ ରଖିଥାଏ -ପାଚନ କ୍ରିୟାକୁ ସୁଚାରୁ ରୂପେ ତୁଲାଇବା ପାଇଁ ତରଭୁଜ ସାହାଯ୍ୟ କରିଥାଏ l ତରଭୁଜ ରେ ପାଣିର ମାତ୍ରା ଅଧିକ ଥିବା ହେତୁ ଖାଦ୍ୟକୁ ହଜମ କରିବାରେ ସାହାଯ୍ୟ କରେ l ଏହା ସହିତ ତରଭୁଜ ରେ ଫାଇବରର ମାତ୍ରା ସର୍ବାଧିକ ଥିବା ହେତୁ ପାଚନ ତନ୍ତ୍ର ସୁସ୍ଥ ରହିଥାଏ ଓ କୋଷ୍ଠକାଠିନ୍ୟ ସହିତ ଗ୍ୟାସ ସମସ୍ୟରୁ ଆରାମ ଦେଇଥାଏ l ଏହି ସବୁଥିରୁ ନିଜକୁ ନିବୃତ ରଖିବା ପାଇଁ ତରଭୁଜ ଖାଇବା ଆବଶ୍ୟକ l

* ଓଜନ କମାଇବାରେ ସାହାଯ୍ୟ କରେ -ଓଜନ କମାଇବା ପାଇଁ ଆମେ ପ୍ରତେକଦିନ କିଛିନା କିଛି କରିଚାଲିଛୁ l ଯେଉଁ ଲୋକମାନେ ନିଜର ଓଜନ ବଢିବା ଦ୍ୱାରା ବ୍ୟସ୍ତ ହେଉଛନ୍ତି ସେମାନେ ତାଙ୍କର ଦୈନିକ ଆହାରରେ ତରଭୁଜ କୁ ସାମିଲ କରନ୍ତୁ l ତରଭୁଜ ରେ କ୍ୟାଲୋରୀର ମାତ୍ର ଖୁବକମ ଥାଏ ଓ ଫାଇବରର ମାତ୍ର ଅଧିକ ମିଳିଥାଏ l ଏହି ଦୁଇଟି ଜିନିଷ ଓଜନ କମାଇବାରେ ସାହାଯ୍ୟ କରିଥାଏ l

* ମାଂସପେଶୀ ଯନ୍ତ୍ରଣା ଦୁରକରେ -ମାଂସପେଶୀରେ ହେଉଥିବା ଯନ୍ତ୍ରଣା ତରଭୁଜ ଦୁରକରିବାରେ ସାହାଯ୍ୟ କରିଥାଏ l କାରଣ ଏହି ଫଳରେ ଇଲେକଟ୍ରୋଲାଇଟ ଓ ଅମିନୋଏସିଡ ଭରପୁର ମାତ୍ରାରେ ରହିଛି l ବ୍ୟାୟାମ କରି ସାରିବା ପରେ ବେଳେବେଳେ ମାଂସପେଶୀରେ ଯନ୍ତ୍ରଣା ଅନୁଭବ ହୋଇଥାଏ l ତରଭୁଜ ରେ ସାଇଟ୍ରଲାଇନ ଥିବା ହେତୁ ମାଂସପେଶୀର ଯନ୍ତ୍ରଣା କମାଇବାରେ ସାହାଯ୍ୟ କରେ l

* ଶ୍ୱାସ ପାଇଁ ଉପଯୋଗୀ -ଆଜିକାଲି ଅଧିକାଂଶ ଲୋକ ଶ୍ୱାସ ରୋଗରେ ପୀଡିତ l ତରଭୁଜ ରେ ଥିବା ଲାଇକୋପିନ ଅତ୍ୟନ୍ତ ଲାଭକାରୀ l ଏହା ଏକ ପ୍ରକାରର ଆଣ୍ଟିଆକ୍ସିଡେଣ୍ଟ ,ଯାହା ଶ୍ୱାସ ରୋଗୀଙ୍କୁ ଆରାମ ଦେବାରେ ଲାଭଦାୟକ ହୋଇଥାଏ l ଏହା ସହିତ ତରଭୁଜ ରେ ଭିଟାମିନ-ଏ ଥିବାରୁ ଶ୍ୱାସ ରୋଗୀମାନେ ଯନ୍ତ୍ରଣାରୁ ଆରାମ ପାଇଥାନ୍ତି l

Show More

Related Articles

Back to top button