ସ୍ୱାସ୍ଥ୍ୟ

ଆସନ୍ତୁ ଜାଣିବା ଭିଟାମିନ-ଡି ମାନବ ଶରୀର ପାଇଁ କେତେ ଆବଶ୍ୟକ

ପ୍ରତେକଦିନ ଭିଟାମିନ-ଡି ର ସେବନ କରିବା ଦ୍ୱାରା ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ l କିନ୍ତୁ ଭିଟାମିନ-ଡି ଅଧିକ ସେବନ କଲେ କ୍ଷତିକାରକ ହୋଇଥାଏ l ଆଜି ପର୍ଯ୍ୟନ୍ତ ହୋଇଥିବା ଗବେଷଣାରୁ ଜଣ ପଡିଛି ଯେ ଯଦି ଆମେ ଡାକ୍ତରଙ୍କ ପରାମର୍ଶ କରି ଭିଟାମିନ-ଡି ଠିକ ଡୋଜରେ ଖାଇବା ତେବେ ଦୁର୍ବଳତା ନଲାଗିବ ସହିତ ବର୍ଦ୍ଧକ୍ୟରେ ଲକ୍ଷଣ ମଧ୍ୟ ଦୂର ହେବ l ଏହି ଗବେଷଣା ମୂଷା ମାନଙ୍କ ଉପରେ କରାଯାଇ ସେଥିରୁ ଜଣା ପଡିଥିଲା

ଦୁର୍ବଳ ଲାଗିବାର ଲକ୍ଷଣ ଅପ୍ରତ୍ୟାଶିତ ଭାବରେ ଓଜନ କମିବା ,ଥକା ଲାଗିବ ,ଶାରୀରିକ ପରିଶ୍ରମ କମିଯିବା ଇତ୍ୟାଦି ଦୁର୍ବଳ ଲାଗିବାର ଲକ୍ଷଣ ଅଟେ l ଆଜିକାଲି ଏଥି ମଧ୍ୟରୁ ପ୍ରାୟ ୩ଟି ଲକ୍ଷଣ ଲୋକମାନଙ୍କ ପାଖରେ ଦେଖିବାକୁ ମିଳୁଛି l ବୟସ ବଢିବା ସହିତ ମଣିଷକୁ ଦୁର୍ବଳ ଲାଗିଥାଏ lଭିଟାମିନ-ଡି କାମିରେ ଆସିଥାଏ ଦୁର୍ବଳତା -ଗବେଷଣାରୁ ଜଣ ପଡିଛି ଯେ ଯେଉଁ ଲୋକମାନଙ୍କର ରକ୍ତରେ ଭିଟାମିନ-ଡି ର ସ୍ତର କମ ରହିଥାଏ ସେମାନଙ୍କୁ ଦୁର୍ବଳ ଲାଗିବ ସହିତ ଥକା ମଧ୍ୟ ଲାଗିଥାଏl

ଭିଟାମିନ-ଡିର ଆବଶ୍ୟକତା କେତେ ରହିଛି -ଜଣେ ବ୍ୟକ୍ତିଙ୍କ ପାଇଁ ଭିଟାମିନ-ଡି ର ଆବଶ୍ୟକତାକୁ ନେଇ ଅନିଶ୍ଚିତତା ରହିଛି l ନେସନାଲ ଏକାଡେମୀ ଅଫ ମେଡ଼ିସିନ ପକ୍ଷରୁ କୁହାଯାଇଛି ଯେ ୧୯-୭୦ ବର୍ଷର ବ୍ୟକ୍ତି ମାନଙ୍କ ପାଇଁ ୬୦୦ IU ଓ ୭୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ପାଇଁ ୮୦୦ IU ପ୍ରତେକ ଦିନ ସେବନ କରିବା ପାଇଁ କୁହାଯାଇଛି l ଏହାକୁ ସେବନ କରିବା ଦ୍ୱାରା ଆପଣଙ୍କ ଶରୀର ଫୁର୍ତି ଲାଗିବ ସହିତ କାମ କରିବାକୁ ଇଛା ଜାଗ୍ରତ ହେବ l ଆପଣ ଯେବେବି ଭିଟାମିନ-ଡି ଖାଇବେ ତେବେ ଡାକ୍ତରଙ୍କ ପରାମର୍ଶ କରି ଖାଇବେ l କାରଣ ବୟସ ବଢିବା ସହିତ ମଣିଷ ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ହୋଇଥାଏ l ଭିଟାମିନ-ଡି ଆମ ମାଂସପେଶୀକୁ ସୁଦୃଢ କରିବା ସହିତ ହାଡ଼କୁ ମଧ୍ୟ ସୁସ୍ଥ ରଖେ l ଯାହା ଦ୍ୱାରା ଆମେ ବିଭିନ୍ନ ପ୍ରକାରର ଗଣ୍ଠି ଯନ୍ତ୍ରଣାରୁ ଉପଶମ ପାଇ ପାରିବା l

Show More

Related Articles

Back to top button