ସ୍ୱାସ୍ଥ୍ୟ

ଆସନ୍ତୁ ଜାଣିବା ବାଉଁଶ ଗଛରେ ଚିକିତ୍ସା ବିଷୟରେ

ବାଉଁଶ ଗଛ ସମସ୍ତଙ୍କର ପରିଚିତ ଗଛ ଅଟେ l ଏହି ଗଛଟି ଗ୍ରାମଠାରୁ ସହର ପର୍ଯ୍ୟନ୍ତ ଚାରିଆଡେ ଦେଖା ଯାଇଥାଏ କିନ୍ତୁ ଏହାର ଔଷଧୀୟ ଗୁଣ ସମ୍ପର୍କରେ ଖୁବ କମ ଲୋକ ଜାଣନ୍ତି l କାରଣ ହୁଏତ ଅଧିକାଂଶ ଲୋକ ବାଉଁଶ ଗଛର ଔଷଧୀୟ ଗୁଣ ରହିଛି ବୋଲି ମଧ୍ୟ ଜାଣି ନଥିବେ

ଭାରତୀୟ ପୁରାତନ ଚିକିତ୍ସା ପଦ୍ଧତିରେ ବାଉଁଶ ଗଛକୁ ଔଷଧ ପାଇଁ ବ୍ୟବହାର କରାଯାଉଥିଲା ,ଆସନ୍ତୁ ଆଜି ଜାଣିବା ସେ ବିଷୟରେ l

ପିଲାଙ୍କ ଶ୍ୱାସ ରୋଗ -ବାଉଁଶ ଗଛରେ ରହିଥିବା ଗଣ୍ଥିଭଳି ଜିନିଷ ଯାହାକୁ ବାଉଁଶର ଲୋଚନ ବୋଲି କୁହାଯାଏ ତାହାକୁ ଛେଚି ମହୁରେ ମିଶାଇ ଚାଟିବା ଦ୍ୱାରା ପିଲାଙ୍କ ଶ୍ୱାସ ରୋଗ ଭଲ ହୋଇଥାଏ l ଏହାକୁ ଆପଣ ପ୍ରତେକ ଦିନ ଦୁଇରୁ ତିନିଥର ପିଲାଙ୍କୁ ଚଟେଇ ପାରିବେ l

ଅର୍ଶ ରୋଗ-ବାଉଁଶ ପତ୍ର ରସ ଏକ ଚାମଚ ମାତ୍ରାରେ ପ୍ରତେକ ଦିନ ସେବନ କଲେ ୮ ରୁ ୧୦ ଦିନ ମଧ୍ୟରେ ଅର୍ଶ ରୋଗ ଠିକ ହୋଇଯାଇଥାଏ l ଏହି ଚିକିତ୍ସାକୁ ଦୁଇ ମାସ ଅନ୍ତରରେ ଠାରେ ଲେଖାଏଁ କରିବା ଦ୍ୱାରା ଅର୍ଶ ରୋଗ ସମୂଳେ ନାଶ ହୁଏ l ନଚେତ ବାଉଁଶ ପତ୍ରକୁ ପାଣିରେ ସିଝାଇ ସେହି ପାଣିକୁ ଛାଣି ମଳ ଦ୍ୱାରକୁ ଧୋଇଲେ କିଛିଦିନ ଭିତରେ ଅର୍ଶ ରୋଗରୁ ଲାଭ ମିଳିବ l

ବହୁମୁତ୍ର ରୋଗ -ବାଉଁଶ ପତ୍ର ,ତ୍ରିଫଳାକୁ ସମାନ ମାତ୍ରାରେ ନେଇ ଚୁର୍ଣ୍ଣ କରି ୩ ରୁ ୪ ଗ୍ରାମ ମହୁ ସହିତ ମିଶାଇ ସେବନ କଲେ ବହୁମୁତ୍ର ରୋଗ ଠିକ ହୋଇଥାଏ l

ହୃଦରୋଗ-ବାଉଁଶର ଲୋଚନ ବା ଗଣ୍ଠି ,ଧନିଆ ,ଡାଳଚିନି ଓ ଶୁଖିଲା ଗୋଲାପ ଫୁଲ ସମାନ ମାତ୍ରାରେ ନେଇ ଗୁଣ୍ଡ କରି ମିସିରି ଗୁଣ୍ଡ ମିଶାଇ ଓ ସେଥିରେ ୧୫ ଗ୍ରାମର ଗାଈ କ୍ଷୀର ମିଶାଇ ସେବନ କରିବା ଦ୍ୱାରା ହୃଦରୋଗୀ ମାନଙ୍କୁ ଆରମ୍ଭ ମିଳିଥାଏ l

କୃମି ରୋଗ -ବାଉଁଶ ପତ୍ର ରସରେ ହଳଦୀ ଗୁଣ୍ଡ ମିଶାଇ ପ୍ରତେକ ଦିନ ସକାଳେ ଓ ରାତିରେ ଖାଲି ପେଟରେ ଖାଇବା ଦ୍ୱାରା କୃମି ରୋଗରୁ ଆରମ୍ଭ ମିଳିଥାଏ l

Show More

Related Articles

Back to top button