ଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଆସନ୍ତୁ ଜାଣିବା କେଉଁ କାରଣରୁ ୨୬ ଜାନୁୟାରୀରେ ପାଳନ ହୁଏ ଗଣତନ୍ତ୍ର ଦିବସ

ଜାଣନ୍ତୁ ଇତିହାସ

ଦେଶ ପାଳୁଛି ୭୩ ତମ ଗଣତନ୍ତ୍ର ଦିବସ । ଏଥର କିନ୍ତୁ କିଛି ଦିନ ଆଗରୁ ଗଣତନ୍ତ୍ର ଦିବସର ଧୂମ ଦେଖିବାକୁ ମିଳିଥିଲା ପୂରା ଦେଶରେ । ୧୯୪୭ ମସିହାରେ ଇଂରେଜ ମାନଙ୍କଠାରୁ ଭାରତକୁ ମିଳିଥିଲା ସ୍ୱତନ୍ତ୍ରତା । ଏହାର ଠିକ୍ ୩ ବର୍ଷ ପରେ ଅର୍ଥାତ୍ ୨୬ ଜାନୁୟାରୀ ୧୯୫୦ରେ ଲାଗୁ ହୋଇଥିଲା ଭାରତର ସମ୍ୱିଧାନ । ସେଥିପାଇଁ ପ୍ରତିବର୍ଷ ୨୬ ଜାନୁୟାରୀକୁ ଗଣତନ୍ତ୍ର ଦିବସ ବୋଲି ପାଳନ କରାଯାଏ ।

ଭୀମରାଓ ଅମ୍ୱେଦକର ସମ୍ୱିଧାନ ସମିତିର ଅଧ୍ୟକ୍ଷତା କରିଥିଲେ । ୧୯୪୯ ନଭେମ୍ୱର ୨୬ରେ ସମ୍ୱିଧାନ ସଭା ଭାରତର ସମ୍ୱିଧାନକୁ ଗ୍ରହଣ କରିଥିଲେ । ପରେ ୧୯୫୦ରେ ଏହା ଲାଗୁ ହୋଇଥିଲା । ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଧୂମଧାମରେ ପାଳନ ହେଉଛି ଗଣତନ୍ତ୍ର ଦିବସ । ଯଦିଓ କୋଭିଡର ଭୟ ରହଛି, ତଥାପି କଟକଣାରେ ପାଳନ ହେଉଛି ଗଣତନ୍ତ୍ର ଦିବସ ।

Show More

Related Articles

Back to top button