ସ୍ୱାସ୍ଥ୍ୟ

ଆସନ୍ତୁ ଜାଣିବା ଲବଙ୍ଗ ଶରୀର ପାଇଁ କେତେ ଦରକାରୀ

ଲବଙ୍ଗରେ ଆଣ୍ଟିଇମ୍ଫ୍ଲେମେଟ୍ରି ଓ ମଧୁମେହ ବିରୋଧୀ ଗୁଣ ରହିଥାଏ । ଏହି ଔଷଧୀୟ ଗୁଣ ଯୋଗୁ ଲବଙ୍ଗ ଶରୀର ପାଇଁ ଲାଭକାରୀ

ଏଥିରେ ମାଙ୍ଗାନିଜ୍‌, ଫାଇବର୍‌ ଓ ଭିଟାମିନ୍‌ ସି ରହିଛି । ତେଣୁ ମସଲାରେ ଲବଙ୍ଗ ସାମିଲ କରିବା ଉଚିତ । ନ ଲବଙ୍ଗରେ ଥିବା ୟୁଜେନଲ୍‌ ଦାନ୍ତ ଦରଜ ଦୂର କରିଥାଏ । ଦାନ୍ତ ଦରଜରୁ ମୁକ୍ତି ପାଇବା ପାଇଁ ପାଟିରେ ଅଳ୍ପ କିଛି ଲବଙ୍ଗ ରଖନ୍ତୁ ।ଲବଙ୍ଗ ଡାଇବିଟିସ୍‌ ସହ ଲଢ଼ିବାରେ ସହାୟକ ହୋଇଥାଏ । ଏଥିରେ ଥିବା ନାଇଜେରିସିନ୍‌ ନାମକ ଯୌଗିକ ଇନ୍‌ସୁଲିନ୍‌ ଉକ୍ସଊାଦନ ବୃଦ୍ଧି କରିଥାଏ ।

ଏହା ରକ୍ତରେ ସୁଗର୍‌ ସ୍ତର ନିୟନ୍ତ୍ରଣ ରଖିଥାଏ । ନ ଲବଙ୍ଗ ତେଲ ତ୍ୱଚା ଓ ସ୍ୱାସ୍ଥ୍ୟ ପାଇଁ ଲାଭକାରୀ । ଏଥିରେ ଆଣ୍ଟିବ୍ୟାକେଫରିଆ ଓ ଆଣ୍ଟିଫଙ୍ଗଲ୍‌ ଗୁଣ ରହିଛି ଯାହା ସଂକ୍ରମଣ ହେବାରୁ ବଞ୍ଚାଇଥାଏ । ଲବଙ୍ଗରେ ଥିବା ଫାଇବର୍‌ ପାଚନରେ ସହାୟତା କରିଥାଏ । ଲବଙ୍ଗ ତେଲ ବି ଆଣ୍ଟିଅକ୍ସିଡାଣ୍ଟ ଗୁଣରେ ଭରପୂର ।

Show More

Related Articles

Back to top button