ଦେଶ ବିଦେଶ

ଆସନ୍ତୁ ଜାଣିବା ୨୦୨୦ରେ ଗୁଗୁଲରେ ସର୍ବାଧିକ କଣ ସର୍ଚ୍ଚ କରିଛନ୍ତି ଭାରତୀୟ

ଆଉ କିଛି ଦିନ ପରେ ଇଂରାଜୀ ପୁରୁଣା ବର୍ଷ ୨୦୨୦କୁ ବିଦାୟ ଦେବା ଓ ନୂଆବର୍ଷ ୨୦୨୧କୁ ସ୍ବାଗତ କରିବା। ସାରା ବିଶ୍ବ ଏବେ ନୂଆବର୍ଷର ଅପେକ୍ଷାରେ ରହିଛି

ଚଳିତ ବର୍ଷ(୨୦୨୦) ମହାମାରୀର ବର୍ଷ ପାଲଟିଛି। ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ମହାମାରୀରେ ସାରା ବିଶ୍ୱରେ ଅନେକ ଲୋକଙ୍କର ପ୍ରାଣ ଯାଇଛି। କିନ୍ତୁ ତଥାପି ଲୋକମାନେ କରୋନା ପାଇଁ ଚିନ୍ତିତ ନୁହଁନ୍ତି। ଆମେ ଏ କଥା କହୁ ନାହୁଁ, ମାତ୍ର ଗୁଗଲର ସର୍ଚ୍ଚ ରିପୋର୍ଟ ୨୦୨୦ରେ ଏହା ପ୍ରକାଶ ପାଇଛି। ଆଶ୍ଚର୍ଯ୍ୟଜନକ କଥା ହେଉଛି ୨୦୨୦ ମସିହାରେ ସର୍ଚ୍ଚ ରିପୋର୍ଟରେ କରୋନା ନାମ ଶୀର୍ଷ ଟ୍ରେଣ୍ଡ ତାଲିକାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଶୀର୍ଷ ଟ୍ରେଣ୍ଡ ତାଲିକାର ପ୍ରଥମ ସ୍ଥାନରେ ରହିଛି ଆଇପିଏଲ୍।

ତେବେ ଆସନ୍ତୁ ଜାଣିବା ଚଳିତବର୍ଷ(୨୦୨୦)ରେ ଗୁଗଲରେ ଅଧିକ ଥର ଭାରତୀୟମାନେ କ’ଣ ସର୍ଚ୍ଚ କରିଛନ୍ତି……
ଆଇପିଏଲ୍
କରୋନାକାଳରେ ମଧ୍ୟ ଆଇପିଏଲ୍ ଗୁଗଲରେ ଅଧିକ ଥର ସର୍ଚ୍ଚ କରାଯାଇଛି। କ୍ରିକେଟ୍ ପ୍ରେମୀମାନେ ଚଳିତ ବର୍ଷ ଆଇପିଏଲ୍ ଉପଭୋଗ କରିଛନ୍ତି। ଅନ୍ୟପକ୍ଷରେ କରୋନା ଭାଇରସ୍ ଗୁଗଲ ସର୍ଚ୍ଚରେ ଦ୍ୱିତୀୟ ସ୍ଥାନରେ ରହିଛି। ସେହିପରି ତୃତୀୟରେ ଆମେରିକାର ନିର୍ବାଚନ ଫଳାଫଳ, ଚତୁର୍ଥରେ ପିଏମ କିସାନ ଯୋଜନା ଏବଂ ପଞ୍ଚମରେ ବିହାର ନିର୍ବାଚନ ଫଳାଫଳ ସ୍ଥାନ ପାଇଛି।

ଅଧିକ ଥର ଗୁଗଲରେ ସର୍ଚ୍ଚ ହୋଇଛି
– ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ)
– କରୋନା ଭାଇରସ୍
– ଆମେରିକାର ନିର୍ବାଚନ ଫଳାଫଳ
– ପ୍ରଧାନମନ୍ତ୍ରୀ କିଷାନ ଯୋଜନା
– ବିହାର ନିର୍ବାଚନ ଫଳାଫଳ
– ଦିଲ୍ଲୀ ନିର୍ବାଚନ ଫଳାଫଳ
– ଦିଲ୍ ବେଚାରା
– ଜୋ ବାଇଡେନ୍
– ଲିପ୍ ଡେ(Leap day)

– ଅର୍ଣ୍ଣବ ଗୋସ୍ୱାମୀ
୨୦୨୦ରେ ଚଳଚ୍ଚିତ୍ରର ଶୀର୍ଷ ଟ୍ରେଣ୍ଡିଂ ତାଲିକା
ଫିଲ୍ମ ବର୍ଗରେ ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଅଭିନୀତ ଶେଷ ଚଳଚ୍ଚିତ୍ର ଦିଲ ବେଚାରା ଏହି ତାଲିକାରେ ପ୍ରଥମରେ ରହିଛି।

ସଂପୂର୍ଣ୍ଣ ତାଲିକା
– ଦିଲ୍ ବେଚାରା
– ସୋରାରାଇ ପୋଟ୍ରୁ(Soorarai Pottru)
– ତାନାଜୀ
– ଶକୁନ୍ତଳା ଦେବୀ
– ଗୁଞ୍ଜନ ସକ୍ସେନା
– ଲକ୍ଷ୍ମୀ
– ସଡ଼କ ୨
– ବାଗୀ-୩
– ଏକ୍ସଟ୍ରାକ୍ସନ(Extraction)

Show More

Related Articles

Back to top button