ଜୀବନଚର୍ଯ୍ୟାସ୍ୱାସ୍ଥ୍ୟ

ଆସନ୍ତୁ ଜାଣିବା ଦହି ଖାଇବାର ସଠିକ୍ ସମୟ ଏବଂ ଉପାୟ ବିଷୟରେ

ଭାରତୀୟମାନଙ୍କ ପ୍ରଥମ ପସନ୍ଦ ହେଉଛି ଦହି । ପ୍ରତିଦିନ ନିଜ ଲଞ୍ଚରେ ଭାରତୀୟମାନେ ଦହିକୁ ସାମିଲ କରନ୍ତି । ଲୋକମାନେ ଏହାକୁ ବିଭିନ୍ନ ଉପାୟରେ ଖାଇବାକୁ ପସନ୍ଦ କରନ୍ତି। ଏହାକୁ ଖାଇବାର ଅନେକ ଲାଭ ମିଳିଥାଏ, ଯାହା ସ୍ୱାସ୍ଥ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ।

ତେବେ ଆସନ୍ତୁ ଜାଣିବା ଦହି ଖାଇବାର ଉପଯୁକ୍ତ ସମୟ ଏବଂ ଉପାୟ।

ଦହି ଖାଇବାର ଉପଯୁକ୍ତ ସମୟ :ଦହି ଖାଇବା ପାଇଁ ଉପଯୁକ୍ତ ସମୟ ହେଉଛି ଅପରାହ୍ନ। ଏହି ସମୟରେ ଖାଇବା ଦ୍ୱାରା ହଜମ ଭଲ ହୋଇଥାଏ। ରାତିରେ ଏହାକୁ ଖାଇବା ଦ୍ୱାର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ। ଏହି କାରଣରୁ, ଶରୀରରେ ପିତ୍ତ ଏବଂ କଫ ସୃଷ୍ଟି ହେବାକୁ ଲାଗେ।ଅପରାହ୍ନ ସମୟରେ ଦହି ୧ ଗିନାରୁ ଅଧିକ ଖାଇବା ଉଚିତ୍ ନୁହେଁ।

ଯଦି ଆପଣଙ୍କୁ ଥଣ୍ଡା ହୋଇଛି, ତେବେ ଏହାଠାରୁ ଦୂରେଇ ରହିବା ଠିକ୍ ହେବ। କେବଳ ସତେଜ ଦହି ଖାଇବା ଉଚିତ୍, ଦୀର୍ଘ ସମୟ ଗଚ୍ଛିତ ଦହିକୁ ଖାଇବା ସ୍ୱାସ୍ଥ୍ୟ ଉପରେ ଭାରୀ ପଡିପାରେ।

-ଦହି ଖାଇବା ଦ୍ୱାରା ମୋଟାପଣ କମିଥାଏ। ଏହା କୋଲେଷ୍ଟ୍ରଲ ସ୍ତରକୁ ବଢିବାକୁ ଦିଏ ନାହିଁ ଏବଂ ରକ୍ତ ସଞ୍ଚାଳନରେ ମଧ୍ୟ ଉନ୍ନତି ଆଣିଥାଏ। ଏହା ମଧ୍ୟ ରକ୍ତଚାପକୁ ନିୟନ୍ତ୍ରଣରେ ରଖେ।

Show More

Related Articles

Back to top button